ପୁରୀ : କଣାସ ଅଞ୍ଚଳରେ ବ୍ୟାପିଛି ଡାଇରିଆ । ଏଥିରେ ୪ ଜଣଙ୍କ ଜୀବନ ଯାଇଛି ।ଏ ନେଇ ଆଜି ଗ୍ରାଉଣ୍ଡ ଜିରୋକୁ ଯିବ ବିଜେଡି ଟିମ୍ । ଆଜି କଣାସ ଡାଇରିଆ ସ୍ଥିତି ପରଖିବାକୁ ଗ୍ରାହଣ୍ଡ ଜିରୋକୁ ଯିବେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଟିମରେ ଅଛନ୍ତି ଅରୁଣ ସାହୁ, ରାଜଶ୍ରୀ ମଲ୍ଲିକ ଓ ସଂଜୟ ଦାସ । ସ୍ଥାନୀୟ ବିଜେଡି ନେତା ସେମାନଙ୍କ ସହ ସାମିଲ ହେବେ। ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଗସ୍ତ ପରେ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ । କଣାସରେ ଏବେ ବି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି ଡାଇରିଆ। ନୂଆ କେସ୍ ସାମ୍ନାକୁ ଆସୁଛି। ଗତକାଲି ବିଜେଡିର ବରିଷ୍ଠ ନେତା ଦୟାନଦୀରେ ଡଙ୍ଗାରେ ବୁଲି ସ୍ଥିତି ନଦୀ ଜଳର ପ୍ରଦୂଷଣ ଦେଖିଥିଲେ ।
Views: 35