The Ultimate Managed Hosting Platform
ADVERTISEMENT

କଚା ବାଦାମର ଗାୟକ ଭୁବନ ଦୁର୍ଘଟଣାର ଶିକାର ହେଲେ : ହସ୍ପିଟାଲ୍‌ରେ ଭର୍ତ୍ତି

Facebook
Twitter
LinkedIn

ମୁମ୍ବାଇ : ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତ ମୁହଁରେ କଚା ବାଦାମ ଗୀତ । ପଶ୍ଚିମବଙ୍ଗର ଗାଁରେ ବାଦମ୍ ବିକ୍ରି କରୁଥିବା ଭୁବନ ନିଜର କଚା ବାଦାମ ଗୀତ ଯୋଗୁଁ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତେ ସେହି ଗୀତରେ ଭିଡିଓ ବନାଇଥିଲେ । ହେଲେ ବର୍ତ୍ତମାନ କଚା ବାଦାମ ଗୀତର ଲୋକପ୍ରିୟ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହା ସହ ସେ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭୁବନଙ୍କ ଛାତିରେ ଆଘାତ ଲାଗିଛି। ନିକଟରେ ଭୁବନ ଏକ କାର କିଣିଛନ୍ତି। ସେଥିପାଇଁ ସେ କାର ଚଳାଇବାକୁ ଶିଖୁଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ କଚା ବାଦାମ ଫେମ୍ ଗାୟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଏହି ଗୀତ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବା ପରେ ଭୁବନ ପ୍ରସିଦ୍ଧ ହୋଇଥିଲେ। ନିକଟରେ ଏକ ସଙ୍ଗୀତ କମ୍ପାନୀ ପାଇଁ କଚା ବାଦାମ ଗୀତର ଏକ ଭିଡିଓ ମଧ୍ୟ ଶୁଟିଂ କରିଥିଲେ। ସେ ଅନେକ କମ୍ପାନୀ ଏବଂ ଟିଭି ଶୋ’ରୁ ଅଫର୍ ପାଇଛନ୍ତି। ବର୍ତ୍ତମାନ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

Login