ବଲିଉଡରେ ଅଭିନେତା ଅଭିଷେକ ବଚ୍ଚନଙ୍କ କ୍ୟାରିୟର ଅନେକ ଉଥନ -ପଥନ ହୋଇଛି। ଏହା ପରେ ମଧ୍ୟ ଅଭିନେତା ତାଙ୍କ କ୍ୟାରିୟରରେ ଏପରି କିଛି ଫିଲ୍ମ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଇଛି। ଖାସ କରି ସେ ଓଟିଟି ପ୍ଲାଟଫର୍ମକୁ ଆସିବା ପରେ ତାଙ୍କ ଅଭିନୟର ଅଧିକ ପ୍ରଶଂସା କରାଯାଉଛି। ବ୍ରିଥ ସିରିଜ୍ ର ଦ୍ଵିତୀୟ ଭାଗରେ ସେ ଭଲ ଅଭିନୟ କରିଛନ୍ତି। ଏବେ ମଧ୍ୟ ତାଙ୍କର ଆଉ ଏକ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି। ଯାହାକୁ ନେଇ ସେ ବହୁତ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମ ଦଶବୀ ଆଗକୁ ଆସିବାକୁ ଯାଉଛି। ଅଭିଷେକ ବଚ୍ଚନ କହିଛନ୍ତି ଯେ ସେ ଆଗ୍ରା ସେଣ୍ଟ୍ରାଲ ଜେଲରେ ଏହି ଫିଲ୍ମର ଶୁଟିଂ କରିଛନ୍ତି। ଜେଲର ଶୁଟିଂ ପାଇଁ ସାଧାରଣ ଭାବେ ଅଲଗା ସେଟ୍ ତିଆରି କରାଯାଏ। କିନ୍ତୁ ଦଶବୀର ଶୁଟିଂ ପାଇଁ ପ୍ରକୃତ ଜେଲରେ ହିଁ କରାଯାଇଛି। ଏମିତିକି ଲଗାତାର ୬ ସପ୍ତାହ ପର୍ଯ୍ୟନ୍ତ ଅଭିଷେକ ଜେଲ ଯାଆନ୍ତି ବୋଲି କହିଛନ୍ତି।

ଏହା ବ୍ୟତୀତ ସେ କଏଦୀଙ୍କ ସହ ମଧ୍ୟ ତା ଖାଦ୍ୟ ଖାଆନ୍ତି। ଏନେଇ ଅଭିଷେକ ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ଜେଲରେ ରହି କଏଦୀଙ୍କ ସହିତ ଶୁଟିଂ କରିବାର ଅନୁଭୂତି ନିଆରା ଥିଲା। ମୁଁ ମୋ ଅଭିନୟ କ୍ୟାରିୟରରେ ଅନେକ କିଛି ଶିଖିଛି। ପ୍ରତ୍ୟେକ ଲୋକଙ୍କୁ ନିଜ ଜୀବନରେ ଅନ୍ୟ ଠାରୁ ବହୁତ୍ କିଛି ଶିଖିବାର ଥାଏ। ତେବେ ସେଣ୍ଟ୍ରାଲ ଜେଲ୍ ରେ ମଧ୍ୟ ସେ ପ୍ରାୟ ୨୦୦୦ କଏଦୀଙ୍କ ସହ ସମୟ ବିତାଇ ଥିଲେ । ଏହା ସହ କଏଦୀଙ୍କ ପାଇଁ ତାଙ୍କ ଫିଲ୍ମରେ ବିଶେଷ ସ୍କ୍ରିନିଂ ରଖାଯାଇଛି। ତାଙ୍କର ଏହି ଫିଲ୍ମ ଆଜି ଅର୍ଥାତ ୭ ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବ।