ଭୁବନେଶ୍ୱର : କଂଗ୍ରେସ ଭବନରେ ଖୁବଶୀଘ୍ର ମହିଳା ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ଏକ ସ୍ୱତନ୍ତ୍ର ମହିଳା ଆପ ବି ଲଞ୍ଚ କରିବ କଂଗ୍ରେସ । ଏହା ଛଡା ଆସନ୍ତା ୨୪ ତାରିଖରେ କଂଗ୍ରେସ ରାଜ୍ୟ ସାରା ପାଳନ କରିବ ଶ୍ରଦ୍ଧାଞ୍ଜଳୀ ଦିବସ । ଏ ନେଇ ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ରାଜ୍ୟରେ ଅସୁବିଧାରେ ଥିବା ମହିଳାମାନେ ଏହି ଆପ୍ରେ ଆସି ଅଭିଯୋଗ କରି ପାରିବେ। ମହିଳାଙ୍କ ଅସୁବିଧା କଂଗ୍ରେସ ସମାଧାନ କରିବ। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଏହି କାର୍ୟ୍ୟକ୍ରମ ହାତକୁ ନେଇଛି କଂଗ୍ରେସ। କଂଗ୍ରେସ ସହ ସାମିଲ ହେବେ ୮ ବାମ ପନ୍ଥୀ ଦଳ। ରାଜ୍ୟରେ ଗତ କିଛି ଦିନରେ ହତ୍ୟା, ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ପାଳିତ ହେବ। କଲେଜ୍ ଓ ୟୁନିଭରସିଟିରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା ସହ ଏହି ଦିବସ ପାଳନ ପାଇଁ ନିବେଦନ କରୁଛି।
Views: 19