ଭୁବନେଶ୍ୱର : ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ପଦଯାତ୍ରା । ବଳଙ୍ଗାଠାରୁ ନିମାପଡ଼ା ପର୍ୟ୍ୟନ୍ତ ପଦଯାତ୍ରା କରୁଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ପଦଯାତ୍ରାରେ ସାମିଲ ହୋଇଛନ୍ତି । ପୀଡିତାଙ୍କ ଗାଁ ବଳଙ୍ଗା ବାୟାବରରୁ ଆରମ୍ଭ ହୋଇଛି ପଦଯାତ୍ରା । ସେପଟେ କଂଗ୍ରେସ ପଦଯାତ୍ରା ପାଇଁ ପୀଡ଼ିତାଙ୍କ ଘର ଓ କବର ଦିଆଯାଇଥିବା ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଗାଁରେ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଯେତେ ଆଗକୁ ବଢୁଛି, ରହସ୍ୟ ସେତେ ବଢିବାରେ ଲାଗିଛି । ପୀଡିତାଙ୍କ ବାପାଙ୍କ ମୋବାଇଲ ଫୋନ୍କୁ ଜବତ କରିଛି ପୁଲିସ । ବାପାଙ୍କ ମୋବାଇଲରେ ମୃତ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା ସୂଚନା ମିଳିଛି । ଏହି ଫଟୋ ଓ ଭିଡ଼ିଓକୁ ପୁରୁଷ ବନ୍ଧୁ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇଥିବା ଗ୍ରାମାଞ୍ଚଳ ଥାନା ଆଇଆଇସି ସୂଚନା ଦେଇଛନ୍ତି ।
Views: 33