The Ultimate Managed Hosting Platform
ADVERTISEMENT

ଓଲଟିଲା ଅବକାରୀ ବିଭାଗ ଗାଡି, ୨ ଆହତ

Facebook
Twitter
LinkedIn

ସୋର : ରାସ୍ତାକଡକୁ ଓଲଟିଲା ଅବକାରୀ ବିଭାଗ ଗାଡି । ଦୁର୍ଘଟଣାରେ ୨ ଆହତ । ଖଇରା ଥାନା ପିତାପାଣିଆ ନିକଟରେ ଅବକାରୀ ଗାଡି ଦୁର୍ଘଟଣାଗ୍ରସ୍ତ । ଜଣେ ଏଏସଆଇ ଓ ଜଣେ କନଷ୍ଟେବଲ ଆହତ, ମେଡିକାଲରେ ଭର୍ତ୍ତି । ୨ ଅଭିଯୁକ୍ତଙ୍କୁ ସୋର କୋର୍ଟରେ ଛାଡି ଫେରିବା ବେଳେ ଦୁର୍ଘଟଣା । ଏଏସଆଇ ଓ ଡ୍ରାଇଭରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରି ଫେରୁଥିବା ସମୟରେ ଅଘଟଣ ଘଟିଥିଲା । ଡ୍ରାଇଭର ସମେତ ଏଏସଆଇ ଦୁର୍ୟୋଧନ ଵେହେରା ,କନେଷ୍ଟବଳ ଦେବାଶିଷ ମଲ୍ଲିକଙ୍କୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡ୍ରାଇଭର ଓ ଏଏସଆଇଙ୍କ ଅଵସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ଵୋଲେରୋଟି ସୋର କୋର୍ଟରୁ ଆସାମୀ ଛାଡି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଖଵର ପାଇ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୁରଜ କୁମାର ଟିଗା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login