ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ସଫଳତା । ଓଡିଶା ସୀମାରେ ଏନକାଉଂଟରରେ ଜଣେ ନକ୍ସଲ ନିହତ । ଏନେଇ ସୂଚନା ଦେଇଛନ୍ତି ଡିଆଇଜି ଚରଣ ସିଂ ମିନା । ସର୍ଚ୍ଚ ଅପରେସନ୍ ବେଳେ ଗୋଟିଏ ରାଇଫଲ, ଗୋଟିଏ ଦେଶୀ ପିସ୍ତଲ, ୬ଟି ଆଇଡି ଟିଫିନ ବୋମା, ୪ଟି ଜୀବନ୍ତ ଗୁଳି, ଗୋଟିଏ ବଣ୍ଡଲ ବିଦ୍ୟୁତ ତାର ସହ ଆଉକିଛି ମାରଣାସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି । ଡିଆଇଜିଙ୍କ ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ନକ୍ସଲ ଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା ଓଡିଶା ପୋଲିସ । ପରେ ନକ୍ସଲ ବିରୋଧୀ ସ୍ୱତନ୍ତ୍ର ଦୁଇ ଏସଓଜି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ଏହି ସମୟରେ ଏସଓଜି ଉପରକୁ ଗୁଳି ମାଡ଼ କରିଥିଲେ ନକ୍ସଲ । ଆତ୍ମରକ୍ଷା ପାଇଁ ଗୁଳିମାଡ଼ କରିଥିଲେ ଏସଓଜି । ଏହି ଗୁଳି ବିନିମୟରେ ଜଣେ ପୁରୁଷ ନକ୍ସଲ ନିହତ ହୋଇଛି । ତେବେ ମତଦାନ ପୂର୍ବରୁ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଡିଆଇଚି ।
Views: 57