ସମ୍ବଲପୁର : ମୋଦୀ ଗ୍ୟାରେଣ୍ଟି ସମାବେଶରେ ଓଡିଶା ସହ ସାରା ଦେଶର ବିକାଶର ଗ୍ୟାରେଣ୍ଟି ନେଲେ ପ୍ରଧାନମନ୍ତ୍ରୀ । ଟାର୍ଗେରେ ରଖିଲେ କଂଗ୍ରେସକୁ, ହେଲେ ବିଜେଡି ବିରୋଧରେ ମୁହଁ ଖୋଲିଲେନି ମୋଦି । ବିକାଶକୁ ସର୍ବାଗ୍ରେ ରଖି କହିଲେ ମୋଦୀ ଗ୍ୟାରେଣ୍ଟି ସେହିଠୁ ଆରମ୍ଭ ହୁଏ ଯେଉଁଠି ଅନ୍ୟମାନଙ୍କ ଗ୍ୟାରେଣ୍ଟି ଆଶା ଶେଷ ହୋଇଯାଏ । ମୋଦି ଗରିବଙ୍କ ପାଇଁ ଗ୍ୟାରେଣ୍ଟି ନିଅନ୍ତି ଯାହାର କେହି ନାହାନ୍ତି ତାର ମୋଦୀ ଅଛନ୍ତି ବୋଲି ଜନସମାବେଶରେ ବଡ ଗ୍ୟାରେଣ୍ଟି ନେଇଥିଲେ ମୋଦି । କଂଗ୍ରେସକୁ ବିକାଶ ବିରୋଧୀ ଆଦିବାସୀ ବିରୋଧୀ ଓ ଗରିବଙ୍କ ବିରୋଧୀ ବୋଲି ମୋଦି ଜନସମାବେଶରେ ସମାଲୋଚନା କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥିକ ଦଳ କିଭଳି ବିରୋଧ କରିବା ପାଇଁ ପୂରା ଶକ୍ତି ଲଗାଇଦେଇଥିଲେ ତାହା ସମାବେଶରେ ବୟାନ କରିଥିଲେ ।
Views: 68