The Ultimate Managed Hosting Platform
ADVERTISEMENT

ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ, ଜୁନ ୪ରେ ଭୋଟ ଗଣତି

Facebook
Twitter
LinkedIn

ନୂଆଦିଲ୍ଲୀ : ଭୋଟ ଗ୍ରହଣ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ମୋଟ ୭ଟି ପର୍ଯ୍ୟାୟରେ ସାରା ଦେଶରେ ଭୋଟ ଗ୍ରହଣ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ୨ୟ-ଏପ୍ରିଲ ୨୬, ୩ୟ-ମେ ୭, ଚତୁର୍ଥ-ମେ ୧୩ , ପଞ୍ଚମ-ମେ ୨୦, ଷଷ୍ଠ-ମେ ୨୫, ସପ୍ତମ-ଜୁନ୍ ୧ । ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ମେ ୧୩, ମେ ୨୦ ମେ ୨୫ ଏବଂ ଜୁନ ୧ରେ ଭୋଟ ଗ୍ରହଣ । ଜୁନ ୪ ମଙ୍ଗଳବାର ଦିନ ସାରା ଓଡିଶାରେ ହେବ ଭୋଟ ଗଣତି । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ତାଙ୍କ ଟିମ୍ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛି । ଏଥର ସର୍ବମୋଟ ୯୭ କୋଟି ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ କୋଟି ଭୋଟର ପୁରୁଷ ହେଇଥିବାବେଳେ, ୪୭ କୋଟି ଭୋଟର ମହିଳା ଅଟନ୍ତି । ଏଥର ନିର୍ବାଚନ ପାଇଁ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ । ଏଥର ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login