The Ultimate Managed Hosting Platform
ADVERTISEMENT

ଓଜନ ବଢାଇବା ପାଇଁ ଖାଆନ୍ତୁ ଶାଗୁ , ଜାଣନ୍ତୁ ଶାଗୁର ଲାଭ…

Facebook
Twitter
LinkedIn

ବ୍ୟୁରୋ : ଶାଗୁରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଅଧିକ ପରିମାଣର କ୍ୟାଲୋରୀ ରହିଥାଏ । ଏହା ବ୍ୟତୀତ ଫାଇବର, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଯେଉଁଥିରେ କାର୍ବସ ମଧ୍ୟ ଥାଏ । ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । କେବଳ ସ୍ବାସ୍ଥ୍ୟଗତ ଭାବେ ନୁହେଁ ଚମକଦାର ତ୍ବଚା ଏବଂ କେଶ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ସାଗୁ । ତେବେ ଶାଗୁ ଖାଇବା ଦ୍ୱାରା ଆମର କଣ କଣ ଉପକାର ହୋଇଥାଏ ଆସନ୍ତୁ ଜାଣିବା ।
ଯଦି ଆପଣ ଓଜନ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଶାଗୁକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ । କାରଣ ସାଗୁରେ କାର୍ବସ ଭରପୂର ମାତ୍ରାରେ ଥାଏ ଯାହା ଶରୀରରେ ଅତ୍ୟାବଶ୍ୟକ ଫ୍ୟାଟ ଟିସୁ ଗଠନ କରିବାରେ ସାହାଯ୍ୟ କରିଥାଏ । ଯାହା ଫଳରେ ଖୁବ୍ ସହଜରେ ଓଜନ ବୃଦ୍ଧି କରିପାରିବେ ।


ହଜମ ପକ୍ରିୟାକୁ ଠିକ ରଖିବା ପାଇଁ ସାଗୁ ଖାଇବା ଅତ୍ୟନ୍ତ ଆବଶ୍ୟକ । କାରଣ ଏଥିରେ ଥିବା ଷ୍ଟାର୍ଚ ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ସହିତ ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିବାରେ ସହାୟକ କରିଥାଏ । ହାର୍ଟ ପାଇଁ ମଧ୍ୟ ସାଗୁକୁ ଭଲ ବୋଲି କୁହାଯାଇଥାଏ ।
ସାଗୁରେ ଭିଟାମିନ୍ ଇ ଏବଂ ସେଲେନିୟମ୍ ଭଳି ପୋଷକ ତତ୍ତ୍ବ ରହିଛି । ଯାହା କେଶ ଏବଂ ଚର୍ମ ପାଇଁ ଉପଯୋଗୀ ହୋଇଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ବାରା ଉଜ୍ବଳ ତ୍ବଚା ଏବଂ କେଶ ମଜବୁତ କରିବାରେ ସାହାଯ୍ୟ କରିଥାଏ ।


ଶାଗୁ ଖାଇବାର ମଧ୍ୟ ଗୋଟିଏ ଉପଯୁକ୍ତ ସମୟ ରହିଛି । ଯାହା ଦ୍ବାରା ଫଳପ୍ରଦ ହୋଇଥାଏ ।ସକାଳ ଜଳଖିଆ ଭାବରେ ସାଗୁ ଖାଇବା ବହୁତ ଲାଭଦାୟକ ପ୍ରମାଣିତ ହୁଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ସାରା ଦିନ ପାଇଁ ଶକ୍ତି ମିଳିଥାଏ । ଏହା ସହିତ, ଏହାର ଲାଭ ମଧ୍ୟ ଶୀଘ୍ର ଦେଖାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login