ମୁମ୍ବାଇ : ସାରା ଦେଶରେ ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍ପା ୨ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି । ଅଲୁ ଅର୍ଜୁନଙ୍କ ଉତ୍ସାହିତ ପ୍ରଶଂସକମାନେ ଉତ୍ସାହର ସହିତ ‘ପୁଷ୍ପା-୨ ରିଲିଜକୁ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୯ ରେ, ନିର୍ମାତାମାନେ ଏକ ବିଶେଷ ପୋଷ୍ଟର ସହିତ ଦ୍ୱିତୀୟ ଭାଗର ରିଲିଜ୍ ତାରିଖକୁ ପୁନଃ ନିଶ୍ଚିତ କରିଛନ୍ତି । ନୂତନ ଅପଡେଟ ଅନୁଯାୟୀ, ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪ ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
Views: 73