The Ultimate Managed Hosting Platform
ADVERTISEMENT

ଏହା ହେଉଛି ଦୁନିଆର ସବୁଠୁ ଦାମୀ ନେଲପଲିସ୍, ଏହାର ମୂଲ୍ୟରେ ୪ ଟି ଫର୍ଚୁନର୍ କାର୍ କିଣି ପାରିବେ

Facebook
Twitter
LinkedIn

ବ୍ୟୁରୋ :ନେଲପଲିସ । ଝିଅ ମାନଙ୍କର ସୈାରର୍ଯ୍ୟ ବଢେଇବାର ଆଉ ଏକ ଗହଣା । ହାତ ଏବଂ ଗୋଡର ଆଙ୍ଗୁଠିରେ ଝିଅ ବା ବୋହୂ ମାନେ ବିଭିନ୍ନ ରଙ୍ଗର ନେଲପଲିସ ବ୍ୟବହାର କରିଥାନ୍ତି । ପୂର୍ବରୁ ଏହାକୁ ଏତେ ମାତ୍ରାରେ ବ୍ୟବହାର କରୁ ନ ଥିବା ବେଳେ ବର୍ତ୍ତମାନର ଆଧୁନିକ ଯୁଗରେ ଏହାକୁ ବହୁଳ ତ୍ତ୍ରାରେ ବ୍ୟବହାର କରୁଛନ୍ତି । ଏବେ ନେଲପଲିସର ଭିନ୍ନ ଭିନ୍ନ ରଙ୍ଗ ଆସୁଥିବା ବେଳେ ଦାମ ମଧ୍ୟ ବଢି ଚାଲିଛି । ଆପଣ କଣ ଜାଣିଛନ୍ତି କି ଦୁନିଆର ସବୁଠୁ ଦାମୀ ନେଲପଲିସ କେଉଁଟି । ଯାହା ବିଷୟରେ ଆପଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ । ସେହି ନେଲପଲିସର ମୂଲ୍ୟରେ ଆପଣ ୪ଟି ଫର୍ଚୁନର ଗାଡି କିଣିଦେବେ । ଏହା ଜାଣି ଆଶ୍ଚର୍ଯ୍ୟ ଲାଗି ପାରେ ।


ରିପୋର୍ଟ ଅନୁଯାୟୀ, ଯଦି ଆମେ ଦୁନିଆର ସବୁଠାରୁ ମହଙ୍ଗା ନେଲପଲିସ୍ ବିଷୟରେ କଥା ହେବା , ତେବେ ଏହାର ମୂଲ୍ୟ ହେଉଛି ୨.୫ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୨.୦୫ କୋଟି ଟଙ୍କା। ଦୁନିଆର ସବୁଠୁ ଦାମୀ ନେଲପଲିସର ନାମ ହେଉଛି ଆଜାଟେର୍, ଯାହା ଲସ୍ ଆଞ୍ଜେଲ୍ସର ଡିଜାଇନର୍ ଆଜାଟେର୍ ପୋଗୋସିଆନ୍ ଦ୍ୱାରା ପ୍ରସ୍ତୁତ । ଆଜୁରାଟ ପୋଗୋସିଆନ୍ ଅତୀତରେ ଅନେକ ନେଲପଲିସ୍ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ନିର୍ମିତ କଳା ରଙ୍ଗର ଆଜୁରାଟ ନେଲପଲିସ୍ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ନେଲପଲିସ୍ । ଆଜୁରାଟ ବ୍ଲାକ୍ ନେଲପଲିସ୍ ତିଆରିରେ ୨୬୭ କ୍ୟାରେଟ୍ କଳା ହୀରା ବ୍ୟବହୃତ ହୋଇଛି ଏବଂ ଏହି କାରଣରୁ ଏହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା । ଆଜୁରାଟର ଗୋଟିଏ କଳା ନେଲପଲିସ୍ ମୂଲ୍ୟରେ ଆପଣ ପ୍ରାୟ ୪ ଟି ଫର୍ଚୁନ୍ କାର୍ କିଣିପାରିବେ, ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା । ଖବର ଅନୁଯାୟୀ, ଏହି ନେଲପଲିସ୍ ଏତେ ମହଙ୍ଗା ଯେ ଏପର‌୍ୟ୍ୟନ୍ତ କେବଳ ୨୫ ଜଣ ଲୋକ ଏହାକୁ କିଣିବାକୁ ସକ୍ଷମ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

ADVERTISEMENT
ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

Login