ସମ୍ବଲପୁର : ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ । ଏସିଏଫ ରେବତୀ ରମଣ ଯୋଶୀଙ୍କଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ । ସମ୍ବଲପୁର ଓ ବରଗଡରେ ଏକକାଳୀନ ୦ଟି ସ୍ଥାନରେ ରେଡ । କ୍ୱାର୍ଟରରୁ ମିଳିଲା ୧୪ ଲକ୍ଷ ୫୦ ହଜାର ଟଙ୍କା । ଚଢାଉରେ ୩ ଡିଏସପି, ୧୦ ଜଣ ଇନିପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ତାଙ୍କ ସରକାରୀ ବାସ ଭବନ, କାର୍ୟ୍ୟାଳୟ, ଅଇଁଠାପାଲି ଘର, ଚର୍ଚ୍ଚ ଛକ ଘର, ଫାର୍ମ ରୋଡ ଆପଟମେଣ୍ଟ, ସମ୍ବଲପୁର ମାଲିପାଲି ଘର ସମେତ ଅନ୍ୟ ସ୍ଥାନରେ ଚାଲିଛି ଚଢାଉ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନ୍ୟପଟେ ଏହି ଚଢ଼ାଉକୁ ବେଆଇନ କହିଛନ୍ତି ଏସିଏଫ୍ । ସେ ସବୁ କିଛି ସ୍ବଛ ଭାବେ କିଣିଥିବା କହିଛନ୍ତି। ଶତ୍ରୁମାନେ ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରିଛ ନ୍ତି।
Views: 25