ଭୁବନେଶ୍ୱର : ଏସଏଚଜି ମହିଳାଙ୍କ ଗଠନ ପାଇଁ ହେବ ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଢାଞ୍ଚାରେ ଗଠନ ହେବ । ରୋଗଗ୍ରସ୍ତ ମହିଳା , ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ସହାୟତା । ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ବି ସହାୟତା ମିଳିବ । ୩ ରୁ ୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ । ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ରାଜ୍ୟସ୍ତରୀୟ ଏସଏଚଜି ଫେଡେରେସନ ଗଠନ ହେବ । ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ୟ୍ୟକାରୀ ହେବ । ସେହିଭଳି ଏସଏଚଜି ମହିଳାଙ୍କୁ ରାଜ୍ୟ ସ୍ତରରେ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରୀୟ ଏସଏଚଜି ଫେଡରେସନ ଗଠନ ହେବ । ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ କାମ କରିବ ଫେଡେରେସନ୍ । ୮ ବର୍ଷରେ ଏସଏଚଜି ଙ୍କୁ ଋଣ ସହାୟତା ୧୯ ଗୁଣା ବୃଦ୍ଧି ହୋଇଛି । ଏସଏଚଜି ଋଣ ସହାୟତା ୨୦୧୪-୧୫ରେ ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏସଏଚଜି ଙ୍କ ଦ୍ୱାରା ଋଣ ପରିଶୋଧରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ।
Views: 78