The Ultimate Managed Hosting Platform
ADVERTISEMENT

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ଯୁବତୀ ଜଣକ ନେଇଥିଲେ ପେଟ୍ରୋଲ , ମିଳିଲା ବଡ ସୁରାକ

Facebook
Twitter
LinkedIn

ବାଲେଶ୍ୱର : ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ମିଳିଛି ବଡ ସୁରାକ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତନାଘନା । ଯେଉଁ ପ୍ରଶ୍ନ ଉଠିଥିଲା ଯେ କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ । ଛାତ୍ରୀ ଜଣକ ନିଜେ ଆଣିଥିଲେ ନା ଆଉ କିଏ । ଦିଆସିଲ କିଏ ମାରିଥିଲା । ଏସବୁ ସବୁ ପ୍ରଶ୍ନ ଏକ ଦିଗ ଆଡକୁ ତଦନ୍ତ ନିଦେ୍ର୍ଦଶ କରୁଛି ।
ଗତ ୧୨ ତାରିଖରେ ଜୀବନ ହାରିଥିବା ଉଦ୍ୟମ କରିଥିବା ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରୁ ବାହାରି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ପ୍ରକୋଷ୍ଠରେ କଣ ଘଟିଥିଲା । ପ୍ରିନ୍ସପାଲଙ୍କ ସହ ମିଟିଂ ପୂର୍ବରୁ ନା ପରେ ଆସିଥିଲା ପେଟ୍ରୋଲ । ସେନେଇ ତନାଘନା ଜାରି ରହିଛି।
ତାରିଣୀ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ସୂଚନା ଅନୁସାରେ ଜଣେ ଯୁବତୀ ବୋତଲରେ ପେଟ୍ରୋଲ ନେଇଥିଲେ। ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ପେଟ୍ରୋଲ ନେଇଥିଲେ । ସେହି ପେଟ୍ରୋଲରେ କଲେଜ ଛାତ୍ରୀ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ତେବେ ସମ୍ପୃକ୍ତ ଯୁବତୀ ଜଣକ କିଏ ସେ ସମ୍ପର୍କରେ ତଦନ୍ତକାରୀ ଦଳ ଭିଡ଼ିଓ ଫୁଟେଜ ଓ ଅନ୍ୟ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ଫଳରେ କ୍ରାଇମବ୍ରାଞ୍ଚ ଟିମକୁ ଏକ ବଡ଼ ସୁରାକ ଲାଗିଥିବା କୁହାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login