ବାଲେଶ୍ୱର : ଏଫଏମ କଲେଜ କମିଟିକୁ ଦାୟୀ କଲେ ସୈାମ୍ୟରଞ୍ଜନଙ୍କ ମା । କମିଟି ରିପୋର୍ଟ ଦେଲାନି , ସେମାନେ ସମସ୍ତେ ମିଶିକି ମାରିଦେଲେ । ପ୍ରିନ୍ସିପାଲ କିମ୍ବା ଏଚଓଡି ରୁମ ଭିତରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ଯେଉଁମାନେ କମିଟିରେ ଥିଲେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଆଉ ଗୋଟିଏ ବର୍ଷ ପଢିଥିଲେ , କ୍ୟାରିୟର କରିଥାନ୍ତା । ସରକାରଙ୍କ ଉପରେ ଭରଷା ଅଛି , କାର୍ଯ୍ୟାନୁଷ୍ଠାନ ଆଶା ରଖିଛୁ ।
Views: 48











