ବଲିଉଡର ଅନ୍ୟତମ ପ୍ରସିଦ୍ଧ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାରି ବର୍ଷ ଧରି ଡେଟିଂ ପରେ ପରସ୍ପରକୁ ବୁଝିବ ଓ ଭଲ ପାଇବା ପରେ ବର୍ତ୍ତମାନ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭଟ୍ଟ ପରିବାର ଏବଂ କପୁର ପରିବାରରେ ଶାହନା ବାଜିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ବିବାହ ତାରିଖ, ବିବାହ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଛି। କିନ୍ତୁ ଉଭୟ ପରିବାର ଏପର୍ଯ୍ୟନ୍ତ ଚୁପ୍ ଅଛନ୍ତି। କୌଣସି ପ୍ରକାରର ଘୋଷଣା କରି ନାହାନ୍ତି।

ନିକଟରେ ବିବାହ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ଖବର ହେଉଛି ଏପ୍ରିଲ ୧୩ରୁ ବିବାହ ରୀତିନୀତି ଆରମ୍ଭ ହେବ। ଏହା ବ୍ୟତୀତ ମନୀଷ ମଲହୋତ୍ରା ଓ ସବ୍ୟସାଚୀଙ୍କ ଡିଜାଇନ୍ର ଲେହେଙ୍ଗା ପିନ୍ଧିବେ । ଏହି ସମସ୍ତ ସମାରୋହ ଆର.କେ ହାଉସରେ ଅନୁଷ୍ଠିତ ହେବ।ଏହା ବ୍ୟତୀତ ଏହି ସମୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ଆଉ ଏକ ଖବର ସାମ୍ନାକୁ ଆସୁଛି। ପୂର୍ବରୁ ଖବର ଆସିଥିଲା ଯେ ଉଭୟ ବିବାହ ପରେ ତୁରନ୍ତ ସେମାନଙ୍କର ନୂଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ ଏବଂ ଏହି କାରଣରୁ ଉଭୟ ହନିମୁନ୍ରେ ଯାଇ ପାରିବେ ନାହିଁ। ଏବେ ଶୁଣିବାକୁ ମିଳୁଛି ଯେ ଏହି ଦମ୍ପତି ସ୍ୱିଜରଲ୍ୟାଣ୍ଡରେ ହନିମୁନ୍ ଯିବେ।