ନୂଆଦିଲ୍ଲୀ : ବଢୁଛି ବିଜେପିର ବଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପୁଣି ଏକ କାର୍ଡ ଖେଳିଛି । ଏଚଡି କୁମାରସ୍ୱାମୀଙ୍କ ଜେଡିଏସ (ଜନତାଦଳ ସିକୁଲାର) ଏନଡିଏ ସହ ହାତ ମିଳାଇଛି । ଅର୍ଥାତ ଆଗାମୀ ନିର୍ବାଚନ ଉଭୟ ମିଳିତ ଭାବେ ଲଢ଼ିବେ । ଏ ନେଇ ଗତ କିଛି ଦିନ ଧରି ଜେଡିଏସ ମିଶ୍ରଣ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଜେଡିଏସ ଏନଡିଏ ସହ ମିଶି ନିର୍ବାଚନ ଲଢ଼ିବ । ବିଜେପି ପାଇଁ ଜେଡିଏସ ସହ ମିଶ୍ରଣ ଏକ ଭଲ ସୂଚନା । କାରଣ କର୍ଣ୍ଣାଟକରେ ଜେଡିଏସ ଏକ ମଜବୁତ ପାର୍ଟି । ଦକ୍ଷିଣାଞ୍ଚଳ ରାଜ୍ୟରେ ଜେଡିଏସର ସ୍ଥିତି ବହୁତ ସୁଦୃଢ଼ ରହିଛି । ଚଳିତ ବିଧାନସଭାରେ କର୍ଣ୍ଣାଟକରେ ବିଜେପିର ଯେଭଳି ଶୋଚନୀୟ ପରାଜୟ ହେଲା, ସେ ଦୃଷ୍ଟିରୁ ଏନଡିଏ ସହ ଜେଡିଏସର ମିଶ୍ରଣ ବିଜେପି ପାଇଁ ଏକ ବଡ଼ ସୁଯୋଗ ଆଣି ଦେବ ।
Views: 114











