The Ultimate Managed Hosting Platform
ADVERTISEMENT

ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ଟାଇଗର ସ୍ରଫ୍

Facebook
Twitter
LinkedIn

  ରିଲିଜ ହୋଇଛି ଅପ୍‌କମିଂ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର। ଏଥର ବଡେ ମିୟାଁ ସାଜିବେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଆଉ ଛୋଟେ ମିୟାଁ ହୋଇ ତାଙ୍କ ସାଥ୍‌ ଦେବେ ଆକ୍ସନ ଷ୍ଟାର ଟାଇଗର ସ୍ରଫ।୨୪ ବର୍ଷ ପୁର୍ବରୁ ରିଲିଜ ହୋଇଥିବା ଫିଲ୍ମ ବଡେ ମିଆଁ ଛୋଟେ ମିଆଁର ଏକ ନୂଆ ରିମେକ ତିଆରି ହୋଇଛି । ଫିଲ୍ମ ବଡେ ମିଆଁ ଛୋଟେ ମିଆଁରେ ବିଗ ବି ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଚରିତ୍ର ନୂଆ ଏକ ସିକ୍ୟୁଏଲ ଦେଖିବାକୁ ପାଇବେ ଦଶର୍କ । ଟିଜର ଟି ରିଲିଜ ହେବାର କିଛି ସମୟ ମଧ୍ୟରେ ଅନେକ ଭଲପାଇବା ଓ ପ୍ରଶଂସା ସାଉଟିଛି । ଅକ୍ଷୟ କୁମାର ଫିଲ୍ମର ଟିଜର ଟିକୁ ନିଜ ଟୁଇଟର ରେ ପୋଷ୍ଟ କରି ଟାଇଗରଙ୍କୁ କହିଛନ୍ତି, ତୁ ଯେଉଁ ବର୍ଷ ଏ ଦୁନିଆକୁ ଆସିଥିଲୁ ମୁଁ ସେବେଠୁ ଫିଲ୍ମରେ ଡେବ୍ୟୁ କରୁଛି ।ମିଡିଆ ରିପୋର୍ଟ ମୁତାବକ ଅଲ୍ଲି ଅବ୍ବାସ ଜାଫର ଦୀର୍ଘ ଦିନ ହେବ ଦୁଇ ଜଣ ଆକ୍ସନ ସୁପରଷ୍ଟାରଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ପ୍ଲାନ କରୁଥିଲେ। ଏବେ ଯାଇ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି। ସେ ଏହି ପ୍ରୋଜେକ୍ଟକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

ସୂଚନା ମୁତାବକ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ରେ ଅମିତାଭ ବଚ୍ଚନ ଓ ଗୋବିନ୍ଦା ନଜର ଆସିଥିଲେ। ଏହା ଏକ କମେଡି ଓ ଆକ୍ସନ ଫିଲ୍ମ ଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମଟି ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ରିମେକ୍‌ ହେବ ନା ତା’ଠାରୁ ଭିନ୍ନ, ସେନେଇ କିଛି ସୂଚନା ମିଳିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login