The Ultimate Managed Hosting Platform
ADVERTISEMENT

ଏକତରଫା ପ୍ରେମ ନେଲା ଜୀବନ, ଘରେ ପଶି ଜୀବନ ନେଇଗଲା ଯୁବକ !

Facebook
Twitter
LinkedIn

ଗଞ୍ଜାମ(ରମେଶ କୁମାର ସାହୁ) : ଗଞ୍ଜାମରେ ପୁଣି ହତ୍ୟାକାଣ୍ଡ। ଗୋପାଳପୁର ଥାନା ଅନ୍ତର୍ଗତ ନୂଆ କରାପଲ୍ଲୀର ଜଣେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଆଇଟିଆଇର ଛାତ୍ରୀ ଥିଲେ ନାବାଳିକା। ମୁନା ଖାଁ ନାମକ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଖବର ପାଇ କରାପଲ୍ଲୀ ଗାଁ ରେ ମୃତ ନାବାଳିକାଙ୍କ ଘରେ ପହଞ୍ଚିଛି ଗୋପାଳପୁର ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ମୁତାବକ, ଗୁରୁବାର ସକାଳେ ଘରେ କେହି ଉପସ୍ଥିତ ନଥିଲେ । ସକାଳ ପ୍ରାୟ ୬ ଟା ବେଳେ ଅକୁଟିଆ ଦେଖି ଘର ବାରି ପଟେ ପଶି ଏକ ଶାବଳରେ ପ୍ରୀତିଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ବ୍ଲେଡ୍‌ରେ ଶରୀରର ବିଭିନ୍ନ ଜାଗାରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ବାପା ମାଆ ଅଭିଯୋଗ କରିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ ହୋଇଛି। ଯୁବକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ପରିବାର। ତେବେ ଆଜି ଏକ ତରଫା ପ୍ରେମରୁ କରାପଲ୍ଲୀ ଗାଁ ରେ ନାବାଳିକା କୁଂ ହତ୍ୟା କରାଯାଇଥିବା ବେଳେ ଗୋପାଳପୁର ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login