The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଏଏସଆଇ ମାନ୍ୟତା ପାଇଲା କପିଳେଶ୍ୱର ମନ୍ଦିର

Facebook
Twitter
LinkedIn

କଟକ : ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା ପାଇଲା ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଘୋଷଣା ପତ୍ରକୁ ଟ୍ୱିଟ କରି ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମନ୍ଦିର ସେବାୟତ ଓ ଏକାମ୍ର କ୍ଷେତ୍ରର ବାସିନ୍ଦାଙ୍କ ଇଛା ପୂରଣ ହୋଇଛି ବୋଲି କହିବା ସହ କେନ୍ଦ୍ର ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଜଣାଇଲେ କୃତଜ୍ଞତା ଜଣାଇଛନ୍ତି ସାଂସଦ । ଅନ୍ୟପଟେ ମନ୍ଦିର ସେବାୟତ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଂଚଦଶ ଶତାବ୍ଦୀରେ କପିଳେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରରେ ନାନା ସମସ୍ୟା ଦେଖାଦେଇଥିଲା । ମନ୍ଦିର ସୁରକ୍ଷା ନେଇ ସେବାୟତମାନେ ବାରମ୍ବାର ଦାବି କରି ଆସୁଥିଲେ ।ଏନେଇ ସାଂସଦ କପିଳେଶ୍ୱର ମନ୍ଦିର ଦାୟିତ୍ୱ ଏଏସଆଇ ଅଧିନକୁ ନେବାକୁ ଏପ୍ରିଲ ୩ରେ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login