The Ultimate Managed Hosting Platform
ADVERTISEMENT

ଏଏସଆଇର ଜ୍ଞାନବ୍ୟାପୀ ସର୍ଭେ

Facebook
Twitter
LinkedIn

ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ପରିସରରରେ ଏଏସଆଇ ଟିମର ସର୍ଭେ । ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀରେ ସର୍ଭେ । ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍ ଦ୍ୱାରା ସାଇଣ୍ଟିଫିକ ସର୍ଭେ । ଅଗଷ୍ଟ ୪ରେ ବାରଣାସୀ କୋର୍ଟରେ ରିପୋର୍ଟ ଦାଖଲ କରିବ ଏଏସଆଇ । ଗତ ୨୧ ତାରିଖରେ ସର୍ଭେ ପାଇଁ ନିଦେ୍ର୍ଦଶ ଦେଇଥିଲେ କୋର୍ଟ । ସକାଳ ୭ଟାରୁ ୪୩ ଜଣିଆ ଟିମ୍ ମସଜିଦ ପରିସରରେ ସାଇଣ୍ଟିଫିକ ତଦନ୍ତ ଆରମ୍ଭ କରିଛନ୍ତି । ସର୍ଭେ ଟିମରେ ଉଭୟ ପକ୍ଷ ଓକିଲ ମଧ୍ୟ ସାମିଲ ଅଛନ୍ତି । ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ ସର୍ଭେ କରିବାକୁ ଅନୁମତି ଦେଇଥିଲେ।
ଏହି ସର୍ଭେ ରିପୋର୍ଟ ଜରିଆରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି ପୁରା କ୍ୟାମ୍ପସରେ ସର୍ବେକ୍ଷଣ କରିବାକୁ ଏଏସ୍ଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆଜିଠୁ ସର୍ଭେ ଆରମ୍ଭ ହୋଇଥିବା ବେଳେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ପିଟିସନର ଶୁଣାଣି ହେବ । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେହିପରି ପୂଜାର୍ଚ୍ଚନା ପାଇଁ ୨୦୨୧ ଅଗଷ୍ଟରେ ବାରଣାସୀ ଜିଲ୍ଲା କୋର୍ଟରେ ୫ ଜଣ ମହିଳା ଆବେଦନ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login