The Ultimate Managed Hosting Platform
ADVERTISEMENT

ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ କରିବା ଘଟଣା, ରାଷ୍ଟ୍ରପତିଙ୍କ ନିନ୍ଦା

Facebook
Twitter
LinkedIn

ନୂଆଦିଲ୍ଲୀ : ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ କରିବା ଘଟଣାକୁ ରାଷ୍ଟ୍ରପତିଙ୍କ ନିନ୍ଦା । ଟୁଇଟ ଯୋଗେ ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ କରିବା ମୋତେ ନିରାଶ କରିଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ତାଙ୍କ ମିମିକ୍ରି କରି ଅପମାନ କରିଛନ୍ତି କିଛି ବିରୋଧୀ ସାଂସଦ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମଲୋଚନା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବୟାନ ଆସିଛି । ଘଟଣାକୁ ନିନ୍ଦା କରିବା ସହ ରାଷ୍ଟ୍ରପତି କହିଛନ୍ତି, ସଂସଦ ଭବନରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବେ ଅପମାନିତ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ନିର୍ବାଚିତ ପ୍ରତିନିଧିଙ୍କ କହିବାର ସ୍ୱାଧୀନତା ଅଛି । କିନ୍ତୁ ତାହା ଶାଳୀନତା ଭିତରେ ରହିବା ଆବଶ୍ୟକ । ଶାଳୀନତା ମଧ୍ୟରେ ନିଜର ମତବ୍ୟକ୍ତ କରିବା ଆମ ସଂସଦୀୟ ପରମ୍ପରାର ଗର୍ବ ଏବଂ ଦେଶବାସୀ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଏହା ଆଶା ରଖନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login