The Ultimate Managed Hosting Platform
ADVERTISEMENT

ଉଠା ଦୋକାନୀଙ୍କ ଉପରେ ଚଢିଗଲା ଟ୍ରକ

Facebook
Twitter
LinkedIn

ବାଲିଗୁଡା : ଉଠା ଦୋକାନୀଙ୍କ ଉପରେ ଚଢିଗଲା କୋଲ୍ଡ ଡ୍ରିଙ୍କ୍ସ ବାଝେଇ ଟ୍ରକ । କନ୍ଧମାଳ ଜିଲ୍ଲା କୋଟଗଡ଼ ମୁଖ୍ୟ ବଜାର ସ୍ଥିତ ତିନି ଛକ ଠାରେ ଘଟିଛି ଏହି ଭୟାନକ ଦୁର୍ଘଟଣା । ମୋବାଇଲରେ କଥା ହୋଇ ଦ୍ରୁତ ଗତିରେ ଡ୍ରାଇଭର ଗାଡି ଚଳାଇବା ସମୟରେ ଭାରସାମ୍ୟ ହରାଇ ଡ୍ରେନ୍ ଉପରେ ଥିବା ଉଠା ଦୋକାନୀ ଉପରେ ଚଢ଼ିଯାଇଥିଲା ଏହି କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ୍ । ଦୋକାନ ପାଖରେ ଠିଆ ହୋଇଥିବା ୮ଜଣଙ୍କୁ ଧକ୍କା ଦେଇ ଟ୍ରକ୍ ଟି ଦ୍ରୁତ ଗତି ରେ ଖସି ପଳେଇଥିଲା । ତେବେ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୋଟ ୮ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କୋଟଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ । ସେମାନଙ୍କ ମଧ୍ୟରେ ଗୁରୁତର ଥିବା ୪ଜଣଙ୍କୁ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଟ୍ରକ୍ ଟି କିପରି ଭାବେ ଦ୍ରୁତ ଗତିରେ ଆସି ଉଠା ଦୋକାନୀ ଉପରେ ମାଡି ଯାଇଥିଲା ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଦୁର୍ଘଟଣାରେ ଉଠା ଦୋକାନୀଙ୍କ ଠେଲା ଗାଡି ଭାଙ୍ଗି ରୁଜି ଚୁରମାର ହେବା ସହ ପାଖରେ ଥିବା ଅନ୍ୟ ଦୋକାନୀମାନଙ୍କର ବହୁ ସାମଗ୍ରୀ, ବାଇକ ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ ଫେରାର୍ ଟ୍ରକ୍ କୁ ତୁମୁଡିବନ୍ଧ ଥାନା କାଲିସା ପଦର ନିକଟରେ ଜବତ କରିଛି ତୁମୁଡିବନ୍ଧ ପୋଲିସ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login