ବ୍ୟୁରୋ / ଅଜିତ କୁମାର ପରିଛା: ଦିନକୁ ଦିନ ବୁଡିବାକୁ ଲାଗୁଛି ଆମର କଳା ସଂସ୍କୃତି ପାରମ୍ପରିକ ଜିନିଷ । ଦିନ ଥିଲା ବେତ ତିଆରି ଜିନିଷ ଘରେ ଘରେ ବ୍ୟବାହର ହେଉଥିଲା । କିନ୍ତୁ ଏବେ ତାର ଆଉ ଚାହିଦା ନାହିଁ । ବୁଡିବାକୁ ବସିଲାଣି ବେତ ତିଆରି ଜିନିଷ । ସଙ୍କଟରେ ଗଜପତିର ବେତ କାରିଗର । ହାତରେ ଅଛି କଳାଚାତୁରୀ କିନ୍ତୁ ପାଖରେ ନାହିଁ ସମ୍ବଳ । ମାନ୍ଦା ପଡିଥିବା ବେପାରକୁ ଆଗକୁ ନେବାକୁ କିଛି କରି ପାରୁନାହାଁନ୍ତି ବେତକାରିଗର।ବାଧ୍ୟହାଇ ଏହି ବ୍ୟବସାୟରୁ ଦୁରେଇ ଗଲେଣି ଅନେକ ବ୍ୟବସାୟୀ । ରାୟଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ କଇଁପୁର ଅଞ୍ଚଳର ଅଧିବାସୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ଆନୁକୂଲ୍ୟରେ ବେତ କାରିଗର ଶିକ୍ଷା କରିଥିଲେ। ରାୟଗଡ଼ ବ୍ଲକରେ ଅନେକ ତାଲିମ ନେବାପରେ ଵେତର ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ କରି ରୋଜଗାର କ୍ଷମ ହୋଇ ପାରିଥିଲେ ଓ ଆଦିବାସୀ ପରିବାର ଭଳିକି ଭଳି ଘରର ନିତ୍ୟ ବ୍ୟବହାର ସାମଗ୍ରୀ ଚୈାକି ଟେବୁଲ୍ ସୋଫା ଆଲମାରୀ ଫୁଲସଜା ଵାଙ୍କୁଲିବାଡି ହ୍ୟାଙ୍ଗର ସହ ବିଭିନ୍ନ ଡିଜାଇନ କରି ଵେସ ଦୁଇ ପଇସା ଆୟ କରିଥାନ୍ତି ।
ଏପଟେ ନିକଟରେ ଥିବା ଜଙ୍ଗଲରେ ବେତ ମିଳୁନାହିଁ। ବାହାରରୁ ବେତ ଆଣିଲେ ପରିବହନ ତୁଲାଇବା ମଶକିଲ ହେଉଛି । ଫଳରେ ଅନେକ କାରିଗର ଏହି ଵୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି । ତେବେ ପାଖ ଜଙ୍ଗଲରୁ ବେତ ସଂଗ୍ରହ କରି ନିଜ ପେଷାକୁ ବଞ୍ଚାଇବାକୁ ସଂଗ୍ରହ ଜାରି ରଖିଛନ୍ତି କିଛି ଆଦିବାସୀ ପରିବାର। ତେବେ ବେତ ତିଆରି ଆବାସ ପତ୍ର ଯେମିତି ହାଲୁକା ସେମିତି ସୁନ୍ଦର ଏହା ସହ ଦୀର୍ଘଦିନ ହାେଇଥବାରୁ ଵଜାରରେ ଚାହିଦା ରହିଥାଏ ।
ବେତ କାରିଗରମାନଙ୍କୁ ସ୍ୱାବଲମ୍ବି କରିଵାସହ ସ୍ବତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି । ତେବେ ସରକାରଙ୍କ ପିଏମ ବିଶ୍ଵକର୍ମା ଯୋଜନା ଜରିଆରେ ଆଗ୍ରହି ପରିବାରଙ୍କୁ ସହାୟତା ଦିଆଯିବ ସହ ବେତ କାରିଗରଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ । ତେବେ ଦେଖିବାକୁ ରହିଲା କେବେ ମିଳୁଛି ସରକାରଙ୍କ ପକ୍ଷରୁ ସହାୟତା ।
ଉଜୁଡୁଛି ବ୍ୟବସାୟ, ଅଭାବରେ ଦିନ କାଟୁଛନ୍ତି ବେତ କାରିଗରଙ୍କ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











