The Ultimate Managed Hosting Platform
ADVERTISEMENT

ଇସ୍ତଫା ପତ୍ରରେ ସ୍ୱାକ୍ଷର କଲେ ରାଷ୍ଟ୍ରପତି ଗୋଟାବାୟା

Facebook
Twitter
LinkedIn

ଶ୍ରୀଲଙ୍କାରେ ମୁଖ୍ୟ ବିରୋଧି ଦଳ ନିଜର ନେତା ସାଜିଥ ପ୍ରେମଦାସାଙ୍କୁ ଆଗାମୀ ରାଷ୍ଟ୍ରପତି ଭାବେ ନାମିତ କରିବ। ଶ୍ରୀଲଙ୍କାରେ ନୂଆରାଷ୍ଟ୍ରପତି ବାଛିବା ପାଇଁ ଜୁଲାଇ ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଶ୍ରୀଲଙ୍କାର ବିରୋଧିଦଳର ଜଣେ ନେତା ମଙ୍ଗଳବାର ଖବର ସରବରାହ ସଂସ୍ଥା ‘ରୟେଟର୍ସ’କୁ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କାର ବର୍ତ୍ତମାନର ରାଷ୍ଟ୍ରପତି ଗୋଟାବାୟା ଯେତେବେଳେ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି ସେହି ସମୟରେ ଏପରି ଖବର ସାମ୍ନାକୁ ଆସିଛି।

ରିପୋର୍ଟରେ କୁହାଯାଇଛିଯେ, ରାଷ୍ଟ୍ରପତି ଗୋଟାବାୟା ରାଜପେକ୍ଷ ଇସ୍ତଫା ପତ୍ରରେ ହସ୍ତାକ୍ଷର କରିଛନ୍ତି ଓ ଜୁଲାଇ ୧୩ରେ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ। ଶ୍ରୀଲଙ୍କାରେ ଥିବା ‘ଡେଲି ମିରର’ ଖବର ଅନୁଯାୟୀ ରାଷ୍ଟ୍ରପତି ଗୋଟାବାୟା ରାଜପେକ୍ଷ ଜୁଲାଇ ୧୩ ତାରିଖ ଲେଖା ଥିବା ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି। ଏଥିରେ କୁହାଯାଇଛିଯେ ସଂସଦର ଅଧ୍ୟକ୍ଷ ଜୁଲାଇ ୧୩ରେ ଏହାର ବିଧିବଦ୍ଧ ଭାବେ ଘୋଷଣା କରିବେ।  

ରିପୋର୍ଟରେ କୁହାଯାଇଛିଯେ ରାଷ୍ଟ୍ରପତି ଇସଫା ପତ୍ରରେ ଦସ୍ତଖତ କରି ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଦେଇଛନ୍ତି। ସେ ଏହି ଇସ୍ତଫା ପତ୍ରକୁ ସଂସଦ ଅଧ୍ୟକ୍ଷଙ୍କୁ ଦେବେ। ସଂସଦ ଅଧ୍ୟକ୍ଷ ମହିନ୍ଦା ୟାପା ଅଭୟବର୍ଦ୍ଧନ କାଲି ଗୋଟାବାୟା ରାଜପେକ୍ଷଙ୍କ ଇସ୍ତଫା ବିଷୟରେ ଆନୁଷ୍ଠାନିକ ଭାବେ ସାର୍ବଜନୀନ ଘୋଷଣା କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login