The Ultimate Managed Hosting Platform
ADVERTISEMENT

ଇସ୍କନ ସାଧୁ ଚିନ୍ମୟକୃଷ୍ଣଙ୍କୁ ମିଳଲାନି ଜାମିନ, ଶୁଣାଣି ପୂର୍ବରୁ ଓକିଲଙ୍କୁ ଆକ୍ରମଣ । ଆସନ୍ତା ୨ରେ ହେବ ଶୁଣାଣି

Facebook
Twitter
LinkedIn

ନୂଆଦିଲ୍ଲୀ : ଇସ୍କନ ସାଧୁ ଚିନ୍ମୟକୃଷ୍ଣଙ୍କୁ ମିଳଲାନି ଜାମିନ । ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା । ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଥିଲା । ସେ ତାଙ୍କ ଘରେ ଥିବା ବେଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ବର୍ତ୍ତମାନ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ତାଙ୍କ ଜାମିନ ମାମଲାରେ ଶୁଣାଣି କରିଛନ୍ତି କୋର୍ଟ । ଓକିଲଙ୍କୁ ଆକ୍ରମଣ ପରେ ସରକାର କୋର୍ଟଙ୍କୁ ଚିନ୍ମୟ କୃଷ୍ଣଙ୍କ ଜାମିନ ଯାଚିକା ମାମଲାରେ ଅଧିକ ସମୟ ମାଗିଛନ୍ତି । ଏହାପରେ କୋର୍ଟ ଆଗାମୀ ଶୁଣାଣି ଆସନ୍ତା ଜାନୁଆରୀ ୨ ତାରିଖକୁ ଘୁଞ୍ଚାଇଛନ୍ତି । ଆଜି କୋର୍ଟରେ ଶୁଣାଣି ସମୟରେ ଚିନ୍ମୟକୃଷ୍ଣଙ୍କୁ ହାଜର କରାଯାଇଥିଲା । କିନ୍ତୁ ତାଙ୍କ ପକ୍ଷରୁ ଓକିଲ କୋର୍ଟରେ ହାଜର ହୋଇନଥିଲେ । ଏହାପରେ ଜାମିନ ଶୁଣାଣି ଜାନୁଆରୀ ୨ ତାରିଖକୁ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login