ନୂଆଦିଲ୍ଲୀ : ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ଆତଙ୍କବାଦୀ । ଲାହୋର ସ୍ଥିତ ଇମ୍ରାନଙ୍କ ବାସଭବନ ଘେରିଲା ପୁଲିସ । ୩୦ ରୁ ୪୦ ଆତଙ୍କୀ ଲୁଚିଛନ୍ତି ବୋଲି କହିଛନ୍ତ ମନ୍ତ୍ରୀ ଆମୀର ମୀର । ୨୪ ଘଣ୍ଟା ଭିତରେ ଆତ୍ମ ସମର୍ପଣ କରନ୍ତୁ ଆତଙ୍କୀ । ଇମ୍ରାନଙ୍କ ପାର୍ଟିକୁ ଦିଆଗଲା ୨୪ ଘଣ୍ଟାର ସମୟ ।
ପଞ୍ଜାବ ସରକାର ଇମ୍ରାନଙ୍କ ଘରେ ଶରଣ ନେଇଥିବା ଆତଙ୍କବାଦୀମାନଙ୍କୁ ପୋଲିସକୁ ହସ୍ତାନ୍ତର କରିବା ପାଇଁ ପିଟିଆଇକୁ ୨୪ ଘଣ୍ଟା ସମୟ ଦେଇଛନ୍ତି। ପଞ୍ଜାବ ସରକାରଙ୍କ କାର୍ୟ୍ୟବାହକ ସୂଚନା ମନ୍ତ୍ରୀ ଆମିର ମୀର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମୀର କହିଛନ୍ତି ଯେ ପିଟିଆଇ ଯଦି ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିବ ନାହିଁ, ତେବେ ପୋଲିସ ଏହା ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।
ମିଡିଆ ରିପୋର୍ଟ ମୁତାବକ, ପେଶାଓ୍ଵର କପ୍ସ କମାଣ୍ଡରଙ୍କ ଘରେ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ଇମ୍ରାନଙ୍କ ଘରେ ଲୁଚିଥିବା ନେଇ ବୁଧବାର ଦ୍ୱିପ୍ରହରରେ ପାକିସ୍ତାନୀ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସିକୁ ଇନ୍ପୁଟ ମିଳିଥିଲା, ଯାହାପରେ ଇମ୍ରାନଙ୍କ ଘରକୁ ଚାରିପଟୁ ଘେରାଉ କରାଯାଇଛି।
ଇମ୍ରାନଙ୍କ ଘରେ ଆତଙ୍କବାଦୀ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...