ଭୁବନେଶ୍ୱର : ଉଲିବୁର ଖଣି ଦୁର୍ନୀତି ମାମଲା । ଇଡିରେ ହାଜର ହେଲେ ଗୁପ୍ତା ବ୍ରଦର୍ସ । ବଡ ଭାଇ ଦୀପକ ଗୁପ୍ତା ଓ ସାନ ଭାଇ ଚମ୍ପକ ଗୁପ୍ତା ଇଡିରେ ହାଜର । ୧୮ ଶହ କୋଟି ଦୁର୍ନୀତି ନେଇ ଘନ ଘନ ଜେରା କରୁଛି ଇଡି । ଦୁଇ ସପ୍ତାହ ତଳେ କୋଲକାତା ଓ ଓଡିଶାର ମୋଟ ୧୨ଟି ସ୍ଥାନରେ ଏନେଇ ରେଡ କରିଥିଲା ଇଡି । ଏଥିରେ ଭଲଭୋ କାର, ୧କୋଟି ୨୪ ଲକ୍ଷ ଟଙ୍କାର ସୁନା ଗହଣା, ୩୦ ଲକ୍ଷ ଟଙ୍କା ଓ ୧କୋଟି ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଂଟ ଅଚଳ କରିଥିଲା ଇଡି । ଏହି ମାମଲାରେ ୩୭୯ କୋଟି ଟଙ୍କାର ସମ୍ପତି ସଂଲଗ୍ନ କରିବା ପାଇଁ ଇଡି ପିଏମଏଲଏ କୋର୍ଟରେ ଆବେଦନ କରିଥିବାବେଳେ, କୋର୍ଟ ତାକୁ ଗ୍ରହଣ କରିଥିଲା ।
Views: 85











