ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ କାହାର କ୍ଷୟକ୍ଷତି ଘଟି ଥିବା ସୂଚନା ଏପର୍ୟ୍ୟନ୍ତ ଜଣାପଡିନାହିଁ । ସୂଚନାନୁଯାୟୀ, ଆସାମରେ ଭୂକମ୍ପ ମଙ୍ଗଳବାର ସକାଳ ପ୍ରାୟ ୯.୨୨ ରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୫ କିଲୋମିଟର ଗଭୀରତାରେ ରହିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ୨୬.୫୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ୯୩.୧୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ଯାହା ପରେ ଭୟରେ ଲୋକେ ଘରୁ ବାହାରକୁ ଦୌଡିବା ଆରମ୍ଭ କରିଥିଲେ ।
Views: 7