The Ultimate Managed Hosting Platform
ADVERTISEMENT

ଆସନ୍ତୁ ବୁଲିଯିବା ଯାଜପୁର ବିରଜା ମନ୍ଦିର

Facebook
Twitter
LinkedIn

ଯାଜପୁର କହିଲେ ଲୋକଙ୍କ ପାଟିରେ ଗୋଟିଏ ଶବ୍ଦ ଥାଏ । ସେହି ଶବ୍ଦଟି ହେଲା ବିରଜା ମନ୍ଦିର । ଭାରତର ବିରଜା କ୍ଷେତ୍ର ନାମରେ ବେସ୍ ଜଣାଶୁଣା ଯାଜପୁର ଜିଲ୍ଲାର ମା ବିରଜାଙ୍କ ପୀଠ । ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାଇଥାଆନ୍ତି ମା ବିରଜା । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଉଥାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ଜାଗାମାନଙ୍କରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଅଛି ।

୨୦୦୪ ମସିହାରେ ମା’ବିରଜାଙ୍କ ବିଗ୍ରହ ବଦଳାଇ ଦିଆଯାଇଥିଲା । ୨୮ ନଭେମ୍ବର ୨୦୦୪ରେ ପୁଣିଥରେ ମୂଳ ବିଗ୍ରହକୁ ସ୍ଥାପନ କରାଯାଇଥିଲା । ତେବେ ଯାଜପୁରର ଇଷ୍ଟ ଦେବୀ ମା ବିରଜା ବୋଲି ଆମ ଭାରତରେ ବେସ୍ ଜଣାଶୁଣା ସେଥିପାଇଁ ତ ଭକ୍ତଙ୍କ ଭାବରେ ଆଉ ଭକ୍ତିରେ କେବଳ ମା ବିରଜା ହିଁ ରହିଥାନ୍ତି ଏବଂ ମା ବିରଜା ଭକ୍ତଙ୍କ ଦୁଃଖକୁ ହରଣ କରନ୍ତି ବୋଲି ଅନେକ ଲୋକଙ୍କର ବିଶ୍ୱାସ ରହିଛି । ଭକ୍ତମାନେ ବିଭିନ୍ନ ମନସ୍କାମନା ପୂରଣ କିପରି ହେବ ସେମାନେ ବହୁ ଦୂରଦୂରାନ୍ତରୁ ଆସି ମା’ଙ୍କୁ ଗୁହାରୀ କରି ନିଜର ଦୁଃଖ କଷ୍ଟକୁ ମା’ଙ୍କ ଆଗରେ କହିଥାନ୍ତି ଏବଂ ଭକ୍ତ ମାନଙ୍କର ମନସ୍କାମନା ନିଶ୍ଚିନ୍ତ ପୂରଣ ହେବ ବୋଲି ଭକ୍ତ ମାନଙ୍କର ଦୃଢ ବିଶ୍ୱାସ ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login