ଭୁବନେଶ୍ୱର : ଆସନ୍ତା ୨୭ରେ ବିଧାନସଭ ଘେରିବ କଂଗ୍ରେସ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାରାବାହିନୀ ପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ ଦଳ । ବାଚସ୍ପତିଙ୍କ ଗୃହ ପରିଚାଳନାକୁ କଂଗ୍ରେସର ନିନ୍ଦା । କଂଗ୍ରେସ ଭବନ ବୈଠକରେ ଏ ନେଇ ନିନ୍ଦା ପ୍ରସ୍ତାବ । ମହିଳାଙ୍କ ସୁରକ୍ଷା ଅଧିକାର ପାଇଁ, ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ସ୍ଥିତି ବିରୋଧରେ ବିଧାନସଭା ଘେରାଉ କରିବ କଂଗ୍ରେସ। ସରକାର ଲାଠି ଚଲାନ୍ତୁ କି ବିଧାୟକଙ୍କୁ ବି ଜେଲରେ ଭର୍ତ୍ତି କରନ୍ତୁ। କଂଗ୍ରେସ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବ। ଏଥିସହିତ କଂଗ୍ରେସ ସଂଗଠନର ରୂପରେଖ କଣ ହେବ ଓ କାର୍ୟ୍ୟକ୍ରମ କଣ ହେବ ତାକୁ ନେଇ ହୋଇଛି ନିଷ୍ପତ୍ତି। ଗରିବ ଶୋଷିତ କୃଷକଙ୍କ ସ୍ୱର ହେବ କଂଗ୍ରେସ।ବିଜେପିର ଆଠ ମାସର ସରକାର ଭିତରେ ମହିଳା ବିରୋଧୀ ହିଂସା ବ୍ୟାପକ ହୋଇଛି।୧୮ ହଜାର ମହିଳାଙ୍କ ଉପରେ ନିର୍ୟାତନା ହୋଇଛି। କିନ୍ତୁ ମାତ୍ର ଏକ ପ୍ରତିଶତ ରିପୋର୍ଟ ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ। କିନ୍ତୁ ଜବାବ ଦେବା ବଦଳରେ କାଲି ବିଧାନସଭାରେ ଲୋକତନ୍ତ୍ରର କଳା ଅଧ୍ୟାୟ ଘଟିଲା। ଗଣତନ୍ତ୍ରର ହତ୍ୟା କରାଗଲା। ଯାହାକୁ ନେଇ କଂଗ୍ରେସର ବୈଠକରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଛି
ଆସନ୍ତା ୨୭ରେ ବିଧାନସଭ ଘେରିବ କଂଗ୍ରେସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...