କେନ୍ଦ୍ରାପଡା : ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଗତ ମେ ୧ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିଛି ଭିତରକନିକା । ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା । ରିପୋର୍ଟ ଅନୁଯାୟୀ, କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ରୁ ଜୁଲାଇ ୩୧ ପର୍ୟ୍ୟନ୍ତ ବନ୍ଦ ରହିଥିଲା। ବନ ବିଭାଗ ପର୍ୟ୍ୟଟକଙ୍କୁ ସ୍ୱାଗତ କରିବା ଏବଂ ସେମାନଙ୍କୁ ଏକ ସ୍ମରଣୀୟ ଅଭିଜ୍ଞତା ପ୍ରଦାନ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି।
Views: 18