ନୂଆଦିଲ୍ଲୀ : ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ୟ୍ୟନ୍ତ ଗାଜା ଷ୍ଟ୍ରିପରେ ଇସ୍ରାଏଲୀ ଆକ୍ରମଣ ଏବଂ ଗୁଳିଚାଳନା ଯୋଗୁଁ ଅତି କମରେ ୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଲୋକ ଖାଦ୍ୟ ଖୋଜୁଥିବା ଭିଡ଼ର ସାମିଲ୍ ଥିଲେ । ସ୍ଥାନୀୟ ହସ୍ପିଟାଲଗୁଡ଼ିକ ଏ ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ୩୦ ରୁ ଅଧିକ ଲୋକ ମାନବୀୟ ସହାୟତା ଗ୍ରହଣ କରିବା ସମୟରେ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲୀ ସେନା କୌଣସି ଆକ୍ରମଣ ଉପରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ ।ଏଥି ସହ ଜାଣିରଖନ୍ତୁ ଯେ, ଇସ୍ରାଏଲ ଲଗାତାର କହିଆସୁଛି ଯେ ଏହା କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରେ, ସାଧାରଣ ଲୋକଙ୍କ ମୃତ୍ୟୁ ପାଇଁ ହମାସ ଦାୟୀ କାରଣ ଏହି ସଂଗଠନ ଘନ ଜନବହୁଳ ଅଞ୍ଚଳରେ ସକ୍ରିୟ । ଏହି ମୃତ୍ୟୁ ସେହି ସମୟରେ ଘଟିଛି ଯେତେବେଳେ ବ୍ରିଟେନ ଘୋଷଣା କରିଥିଲା ଯେ ଯଦି ଇସ୍ରାଏଲ ହମାସ ସହିତ ଯୁଦ୍ଧବିରତି ପାଇଁ ରାଜି ନହୁଏ, ତେବେ ସେ ସେପ୍ଟେମ୍ବରରେ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେବ । ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ସମାନ ଘୋଷଣା କରିଥିଲେ । ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହା ବ୍ରିଟେନର ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରେ ।
ପୁଣି ଗାଜା ଷ୍ଟ୍ରିପରେ ଇସ୍ରାଏଲ ଆକ୍ରମଣ , ୪୬ ଜଣଙ୍କର ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











