କେନ୍ଦ୍ରାପଡା : କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ । କୁମ୍ଭୀର ୬ ତାରିଖରୁ କୁମ୍ଭୀର ଗଣନା ହେବାକୁ ଥିବାରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କ ପାଇଁ ସାତକୋଶିଆ ବନ୍ଦ ରହିବ । ୬,୭ ଓ ୮ ତାରିଖ ୩ ଦିନ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ । ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଏପରିକି ନଦୀରେ ମାଛ ଧରିବା ପାଇଁ ମଧ୍ୟ ବାରଣ କରାଯାଇଛି । ଗଣନା ପାଇଁ ବନ ବିଭାଗର ୧୪ ଟିମ୍ ରେ ମୋଟ ୭୦ଜଣ କର୍ମଚାରୀ ନିୟୋଜିତ ରହିବେ ।ସେହିପରି ୧୪ରୁ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା ।
Views: 36