ଚିଲିକା : ଆସନ୍ତାକାଲିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଅବିଭକ୍ତ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ରାଜସ୍ବ ଜିଲ୍ଲାର ଅଂଶବିଶେଷକୁ ନେଇ ୧୧୬୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଚିଲିକାର ନୀଳ ଜଳରାଶିକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନେ ଆସିଥାନ୍ତି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ୫ଟି ବନାଂଚଳ ବାଲୁଗାଁ, ଟାଙ୍ଗୀ, ରମ୍ଭା, ଚିଲିକା ଏବଂ ସାତପଡ଼ା ଏବଂ ୧୪ଟି ଉପବିଭାଗ ଓ ୪୫ଟି ଚକଲାକୁ ନେଇ ଗଠିତ । ଆଜି ପ୍ରଶିକ୍ଷଣ ଶିବିର ହେବ ।ଗଣନାରେ ନିୟୋଜିତ ହେବେ ୨୧ ଟିମ୍ । ପ୍ରତି ଟିମ୍ ରେ ୫ରୁ ୭ ଜଣ ଲେଖାଏ ସଦସ୍ୟ ରହିବେ । ପକ୍ଷୀ ବିଶାରଦ ଓ ବନ କର୍ମଚାରୀ ଗଣନାରେ ସାମିଲ ହେବେ ।
Views: 25