The Ultimate Managed Hosting Platform
ADVERTISEMENT

ଆଳୁ ନିଆଁ ; ୟୁପିରୁ ଆସୁନି, ବେଙ୍ଗଲ ଛାଡୁନି । ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢିଲା

Facebook
Twitter
LinkedIn

ଭୁବନେଶ୍ୱର: ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ । କେଜି ଛୁଇଁଲା ୬୦ ଟଙ୍କା । କଟକ ଛତ୍ରବଜାର, ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ସଂକଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁ ନଥିବାରୁ ଘନେଇଲା ସଂକଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନ ଥିବାରୁ ବଜାରରେ ଅଭାବ । କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢିଲା ।
କେବଳ ସେତିକି ନୁହେଁ ପନିପରିବା ଦର ବି ୭୦ ଉପରେ । ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଗ୍ରାହକଙ୍କୁ ବାଧୁଛି । ବାଇଗଣ କିଲୋ ଶହେ , ପୋଟଳ କିଲୋ ଅଶୀ, କ୍ୟାପ୍ସିକମ, ୯୦ , ଜହ୍ନି ୭୦ , କଲରା ଶହେ, ଓ କାଙ୍କଡ କିଲୋ ୮୦ ଟପିଲାଣି । ଝୁଡଙ୍ଗ ୧୨୦ ଟଙ୍କା ରହିଛି । ହଙ୍କଳର ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login