କୋଲକତା : ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରମିକୋର୍ଟରେ ହେବ ଶୁଣାଣି । ଏହି ମାମଲାକୁ ନିଜ ଆଡୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ କେଭି ବିଶ୍ବନାଥନଙ୍କ ଡିଭିଜନ ଖଣ୍ଡପୀଠ ଆଜି ଶୁଣାଣି କରିବେ । ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଦୋଷୀ ସଞ୍ଜୟ ରାୟକୁ ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ରାୟକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟ ଯାଇଛନ୍ତି । ଦୋଷୀ ସଞ୍ଜୟ ରାୟକୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ପୀଡ଼ିତାଙ୍କ ପରିବାର, ଡାକ୍ତର ସଂଘ ମଧ୍ୟ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି ରଖିଛନ୍ତି । ସୂଚନାଯୋଗ୍ୟ, ୨୦୨୪ ମସିହା ଅଗଷ୍ଟ ୯ ତାରିଖରେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରୁ ମହିଳା ଟ୍ରେନି ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
Views: 32