The Ultimate Managed Hosting Platform
ADVERTISEMENT

ଆରମ୍ଭ ହେଲା ମୟୁରଭଞ୍ଜ ଜିଲ୍ଲାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

Facebook
Twitter
LinkedIn

ବାରିପଦା: ଶୀତଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭର କରୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ସୁଦୂର ସାଉବେରିଆ ଆଡୁ ହଜାର ହଜାର ମାଇଲ୍ ବାଟ ଅତିକ୍ରମ କରି ଉଡିଆସିଥାନ୍ତି ଏହି ମୟୁରଭଞ୍ଜ ଜିଲ୍ଲାକୁ । ଦେଶ ବିଦେଶରୁ ଉଡି ଆସୁଥିବା ଏହି ପକ୍ଷୀ ମାନଙ୍କ ସୁରକ୍ଷା ଓ ସେମାନେ କେଉଁ କେଉଁ ପ୍ରଜାତିର ଓ ସେମାନଙ୍କ ଗତିବିଧି କିଭଳି ତାକୁ ଜାଣିବା ପାଇଁ ମୟୁରଭଞ୍ଜ ଜିଲ୍ଲାରେ ପ୍ରତିବର୍ଷ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସୂଚନା ଅନୁଯାୟୀ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡର ଦେଉଳିର ଜମ୍ଭିରା, ମଡଯୋଡ, ପାଉଁସିଆ, ହଳଦିଆ, କାଳ, ସୋନ, ନେସା, ବାଙ୍କବଳ ଓ ସୁଲେଇପାଟର ଖଡଖାଇ ବନ୍ଧ ସମେତ ୧୦୦ରୁ ଉର୍ଦ୍ଧ୍ୱ ଜଳାଶୟ ଏବଂ ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ୫ତାରିଖ ସକାଳୁ ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ ଓ ଗଣନା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ୩ ବନଖଣ୍ଡ ଅଧିକାରୀ, ବନପାଳ, ରେଞ୍ଜ ଅଧିକାରୀ, ଗାର୍ଡ ଓ ଗବେଷକମାନେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login