ନୂଆଦିଲ୍ଲୀ: ହୃଦଘାତ ଯୋଗୁଁ ଚାଲିଗଲା ଅଭିନେତାଙ୍କ ଜୀବନ । ମଲୟାଲି ସିନେମାରେ ଖଳନାୟକ ଭାବେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଅଭିନେତା କଜାନ ଖାନଙ୍କ ଗତ ସୋମବାର କେରଳରେ ପରଲୋକ ହୋଇଛି। ତେବେ ହୃଦଘାତ ହେତୁ କଜାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅଭିନେତାଙ୍କ ମୃତ୍ୟୁ ଖବରକୁ ପ୍ରଡକସନ କଣ୍ଟ୍ରୋଲର ଓ ପ୍ରଯୋଜକ ଏନଏମ ବଦୁଶା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସ୍ପଷ୍ଟ କରିଥିଲେ । ଏହି ଖବର ମିଳିବା ପରେ ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଛି। ଅନେକ କଳାକାର କଜାନ ଖାନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
Views: 89