The Ultimate Managed Hosting Platform
ADVERTISEMENT

ଆରଜେଡି କୋଟାରୁ ୧୭ ରୁ ୧୮ ଜଣ ବିଧାୟକ ମନ୍ତ୍ରୀ ହେବେ ।

Facebook
Twitter
LinkedIn

ମହାମେଣ୍ଟରେ ସାମିଲ ଦଳଙ୍କ ମଧ୍ୟରେ ମନ୍ତ୍ରୀଙ୍କ ସଂଖ୍ୟା ନେଇ ସର୍ବସମ୍ମତ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ନୂଆ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଲାଗି ତିଥି ଚୂଡାନ୍ତ ହୋଇଛି। ସୂଚନା ଅନୁସାରେ ଆରଜେଡି କୋଟାରୁ ୧୭ରୁ ୧୮ ଜଣ ବିଧାୟକ ମନ୍ତ୍ରୀ ହେବେ। ସେହିପରି ମନ୍ତ୍ରୀମଣ୍ଡଳରେ କଂଗ୍ରେସରୁ ୩ ଜଣଙ୍କୁ ସ୍ଥାନ ମିଳିବ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବାଦେ ମନ୍ତ୍ରୀମଣ୍ଡଳରେ ୩୬ ମନ୍ତ୍ରୀ ରହିପାରିବେ।

ସେହି ଅନୁସାରେ ବଳକା ପଦବୀରେ ଜେଡିୟୁ ଓ ମେଣ୍ଟର ଅନ୍ୟ ଦଳଙ୍କ ମଧ୍ୟରେ ସହମତି ହେବ।ବିହାର ମହାମେଣ୍ଟ ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳ ଅଗଷ୍ଟ ୧୬ରେ ଗଠିତ ହୋଇପାରେ। ବରିଷ୍ଠ ଜେଡିୟୁ ନେତା ବିଜୟ ଚୌଧୁରୀ ରବିବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଲାଗି ରାଜ୍ୟପାଳଙ୍କଠାରୁ ନିଆଯାଇଥିବା ସମୟ ଅନୁସାରେ ଚୌଧୁରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ପ୍ରଥମ ଥର ମନ୍ତ୍ରୀ ହେଉଥିବା ଚେହେରା ମଧ୍ୟ ଦେଖିବାକୁ ମିଳିବେ। ତେବେ ପୂର୍ବ ଭଳି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତରେ ଗୃହମନ୍ତ୍ରାଳୟ ରହିବ। ସେହିପରି ପ୍ରଥମ ଥର ମନ୍ତ୍ରୀ ହେବାକୁ ଯାଉଥିବା ଚେହେରା ଜେଡିୟୁ, ଆରଜେଡି ଓ କଂଗ୍ରେସରୁ ହେବେ। ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଓ ଜେଡିୟୁ ଆଲୋଚନା ପ୍ରାୟତଃ ପୁରା ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି।


ତେବେ କଂଗ୍ରେସର ବିହାର ପ୍ରଭାରୀ ଭକ୍ତଚରଣ ଦାସ ବର୍ତ୍ତମାନ ଦଳରୁ ୨ ଜଣ ମନ୍ତ୍ରୀ ହେବେ ବୋଲି କହିଛନ୍ତି। ପରବର୍ତ୍ତି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଆଉ ଜଣେ ମନ୍ତ୍ରୀ ଶପଥ ପାଠ କରିବେ ବୋଲି କହିଛନ୍ତି। ଏଣୁ ମନ୍ତ୍ରୀ ତାଲିକାରେ ସମ୍ପର୍କିକ ପାର୍ଟି ମୁଖ୍ୟଙ୍କ ମୋହର ବାଜିବା ପରେ ଶପଥଗ୍ରହଣ ଉତ୍ସବ ଲାଗି ତିଥି ସ୍ଥିରିକୃତ ହେବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅଗଷ୍ଟ ୧୫ ତାରିଖ ପରେ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି କହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ

ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣା ; ଆହୁରି କଡା ଚେକିଂ ହେବ -ଆଇନମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ କହିଲେ ଆଇନମନ୍ତ୍ରୀ । ଏହା ଜାଣିବା...

Login