କୋଲକତା : ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଆଜି ଅଷ୍ଟମ ଦିନ ଲାଗି କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଜେରା କରୁଛି ସିବିଆଇ। ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଆରଜିକର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ । ସନ୍ଦୀପଙ୍କ ସହ ୪ ଟ୍ରେନି ଡାକ୍ତରଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ତେବେ ପଲିଗ୍ରାଫ ଟେଷ୍ଟରୁ ବାହାରିବ କି ହତ୍ୟାକାଣ୍ଡର ସତ। ହଟିବ କି ରହସ୍ୟ ଉପରୁ ପରଦା । ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ତଥ୍ୟ ଲୁଚାଉଥିବା ସନ୍ଦେହ କରିଛି ସିବିଆଇ। ପୀଡ଼ିତା ଡାକ୍ତରଙ୍କ ୪ ସାଥୀ ଟ୍ରେନି ଡାକ୍ତର ମଧ୍ୟ ତଥ୍ୟ ଲୁଚାଉଥିବା ସିବିଆଇର ସନ୍ଦେହ ହେଉଛି। ହତ୍ୟାକାଣ୍ଡ ଦିନ ଟ୍ରେନି ୪ ଡାକ୍ତର ପୀଡ଼ାତାଙ୍କ ସହ କଣ କଥା ହୋଇଥିଲେ। ଅଘଟଣ ଦିନ ସେମାନେ ରାତିରେ କଣ ଖାଦ୍ୟ ଖାଇଥିଲେ । ଡିନର କରିବା ପରେ କଣ ହୋଇଥିଲା । ଡିନର କରିବା ପରେ ପୀଡ଼ିତା କେଉଁଠିକୁ ଯାଇଥିଲେ। ଖାଇବା ପରେ ୪ ଟ୍ରେନି ଡାକ୍ତର କେଉଁଠିକୁ ଯାଇଥିଲେ। ରାତ୍ରି ଭୋଜନ ଖାଇବା ପରେ ସମସ୍ତେ କେଉଁଠି ଭେଟ ହୋଇଥିଲେ । ଏହାକୁ ନେଇ ଚାଲିଛି ତନାଘନା।
ଆରଜି ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ ଟେଷ୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











