ନୂଆଦିଲ୍ଲୀ : ପୁଣି ଥରେ ଭାରତ- ପାକକୁ ନେଇ ଟ୍ରମ୍ପଙ୍କ ବୟାନ। ଭାରତ ଓ ପାକିସ୍ତାନ ଯୁଦ୍ଧକୁ ଅଟକାଇଛନ୍ତି ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଯଦି ଏହାକୁ ଅଟକାଇନଥାନ୍ତେ ତେବେ ଏହା ପରମାଣୁ ବିପର୍ୟ୍ୟୟରେ ପରିଣତ ହୋଇଥାନ୍ତା ବୋଲି ସେ ଦାବି କରିଛନ୍ତି । ଯୁଦ୍ଧ ବନ୍ଦ ହୋଇଥିବାରୁ ସେ ଉଭୟ ଭାରତ ଓ ପାକିସ୍ତାନକୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ସହ ସେ ଦୁଇ ଦେଶ ସହ ବାଣିଜ୍ୟ ସଂପର୍କରେ କଥା ହେଉଥିବା କଥା କହିଛନ୍ତି। କିନ୍ତୁ ଯେଉଁମାନେ ପରସ୍ପର ଉପରେ ଗୁଳି ଚଳାଉଛନ୍ତି, ଆମେ ସେମାନଙ୍କ ସହ ବାଣିଜ୍ୟ କରିପାରିବୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଅପରେସନ ସିନ୍ଦୂର ପରେ ୪ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା । ମେ ୧୩ରେ ପ୍ରଥମେ ଯୁଦ୍ଧବିରତି ନେଇ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ।
Views: 42