The Ultimate Managed Hosting Platform
ADVERTISEMENT

“ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ”

Facebook
Twitter
LinkedIn

ଭୋପାଳ : ଭୋପାଳରେ ନାରୀ ଶକ୍ତିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ କହିଲେ । ଜମ୍ମୁ ଠାରୁ ଗୁଜୁରାଟ ସୀମା ସୁରକ୍ଷା ପ୍ରହରୀ ସାଜିଛନ୍ତି ବିଏସଏଫ ମହିଳା । ସୀମା ପାରରୁ ଆସୁଥିବା ଗୁଳିମାଡର ସେମାନେ ଉଚିତ ଜବାବ ଦେଉଥିଲେ । ଆଜି ନକ୍ସଲ କିମ୍ବା ସୀମା ପାର ଆତଙ୍କୀ ଲଢେଇ ସବୁଠି ଆମ ଝିଅ ସୁରକ୍ଷା ଢାଲ । ଆଜି ୧୪୦ କୋଟି ଭାରତୀୟଙ୍କ ଗର୍ଜନ -ଗୁଳିର ଜବାବ ଗୋଳାରେ ଦିଆଯିବ । ପହଲଗାମ ଆକ୍ରମଣ ଆମ ନାରୀ ଶକ୍ତି ପ୍ରତି ଥିଲା ଖୋଲା ଚ୍ୟାଲେଞ୍ଜ । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାଙ୍କ ପାଇଁ କାଳ ସାଜିଲା । ଏହାର ଜବାବ ଆମେ ଦେଲୁ , ଘରେ ପଶି ଆମେ ମାରିଲୁ । ଆତଙ୍କବାଦୀଙ୍କ ଆଡ୍ଡାକୁ ସମ୍ପୁର୍ଣ୍ଣ ଧ୍ୱଂସ କଲୁ । ଆଜି ଯେତେ ବଡ଼ ସ୍ପେସ ମିଶନ ହେଉ ମଧ୍ୟ ବହୁତ ସଂଖ୍ୟାରେ ମହିଳା ବୈଜ୍ଞାନିକ କାମ କରୁଛନ୍ତି । ଚନ୍ଦ୍ରାନ-୩ରେ ୧୦୦ରୁ ଅଧିକ ମହିଳା ବୈଜ୍ଞାନିକ ଏବଂ ଇଂଜିନିୟର କାମ କରୁଥିଲେ ।
ତେବେ ଭୋପାଳ ପହଞ୍ଚିବା ଆଗରୁ ପ୍ରଧାନମନ୍ତ୍ରୀ ମୋଦି ରୋଡ ଶୋ କରିଥିଲେ । ଏହି ରୋଡ ଶୋରେ ଲୋକଙ୍କ ଅଭିବାଦନ ସ୍ବୀକାର କରିଥିଲେ । ଏହି ରୋଡ ଶୋରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login