The Ultimate Managed Hosting Platform
ADVERTISEMENT

ଆମେରିକା ସଂସଦରେ ଜୟ ଶ୍ରୀକୃଷ୍ଣ ଧ୍ୱନି

Facebook
Twitter
LinkedIn

ଆମେରିକା ସଂସଦରେ ଜୟ ଶ୍ରୀକୃଷ୍ଣ ଧ୍ୱନି । ଭାରତୀୟ ପରମ୍ପରାର ଝଲକ । ବାପା-ମାଆଙ୍କୁ ମୁଣ୍ଡିଆ ମାରିଲେ ଆଉ ଜୟ ଶ୍ରୀକୃଷ୍ଣ କହିଲେ। ଅବସର ଥିଲା ସିନେଟ ଜୁଡିସିଆଲ କମିଟିରେ କନଫର୍ମେସନ ହିଅରିଂ। ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲଙ୍କୁ ଡୋନାଲଡ ଟ୍ରମ୍ପ ଏଫବିଆଇ ନିର୍ଦ୍ଦେଶକ ପଦ ପାଇଁ ନୋମିନେଟ୍ କରିଥିଲେ । ହି ହିଅରିଂ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଭାରତରୁ ଯାଇଥିଲେ ତାଙ୍କ ବାପାମାଆ । ଏହାସହ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । କାଶ୍ ପଟେଲ ଶୁଣାଣି ପୂର୍ବରୁ ବାପା-ମାଆଙ୍କ ପାଖକୁ ଆସି ମୁଣ୍ଡିଆ ମାରିଥିଲେ । ବାପା-ମାଆଙ୍କ ପରିଚୟ କରାଇ ଶେଷରେ ଜୟ ଶ୍ରୀକୃଷ୍ଣ କହି ନିଜର ପ୍ରତିକ୍ରିୟା ରଖିଥିଲେ। ଏ ଭିଡିଓ ଏବେ ଖୁବ୍ ଭାଇରାଲ ହୋଇଛି । ଆଜି ସେ ଯେଉଁ ସ୍ତରରେ ପହଞ୍ଚିଛନ୍ତି ସେଥିଲାଗି ତାଙ୍କ ପରିବାର ଓ ଭାରତୀୟ ମୂଲ୍ୟବୋଧକୁ ଶ୍ରେୟ ଦେଇଥିଲେ କାଶ୍ ପଟେଲ । କାଶ୍ ପଟେଲଙ୍କ ସମ୍ପର୍କ ଗୁଜରାଟ ସହ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login