The Ultimate Managed Hosting Platform
ADVERTISEMENT

ଆପ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଆପ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ । ମେ’ ୨୫ ତାରିଖ ଦିନ ଦିଲ୍ଲୀରେ ଷଷ୍ଠ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦିନ ରାଜଧାନୀର ସମସ୍ତ ୭ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ତିହାର ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏପ୍ରିଲ ୨୭ ଶନିବାର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ସୁନୀତା କେଜ୍ରିୱାଲ ଶନିବାର ଦିନ ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ରୋଡ୍ ସୋ ସହିତ ନିଜର ଅଭିଯାନ ଆରମ୍ଭ କରିବେ। ଏପ୍ରିଲ ୨୮ ରବିବାର ଦିନ ସୁନୀତା କେଜ୍ରିୱାଲ ପଶ୍ଚିମ ଦିଲ୍ଲୀରେ ଏକ ରୋଡ୍ ସୋ କରିବେ। ଦିଲ୍ଲୀ ବ୍ୟତୀତ ସୁନୀତା ପଞ୍ଜାବ, ହରିୟାଣା ଏବଂ ଗୁଜୁରାଟରେ ମଧ୍ୟ ପ୍ରଚାର କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login