ଭୁବନେଶ୍ୱର : ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନେ୍ଦାଳନ ପ୍ରସଙ୍ଗ । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏକ୍ସ ପୋଷ୍ଟ । ମହାସଂଘର ସମସ୍ତ ଦାବି ଉପରେ ଆଲୋଚନା ହୋଇଛି । ଦାବି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଛି । ପୁଣି ଆନେ୍ଦାଳନର ଆବଶ୍ୟକତା ନାହିଁ । କଂଗ୍ରେସ ରାଲିକୁ ସମର୍ଥନ ଦେବାରେ ରାଜନୀତି ଦେଖାଦେଇଛି । ଆସନ୍ତା ୧୧ ତାରିଖରେ ଥିବା କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ଥଗିତ ରଖିବା ଆନ୍ଦୋଳନରେ ରାଜନୀତି ଦେଖାଦେଇଛି। ନିରୀହ, ସରଳ ଡ୍ରାଇଭରଙ୍କୁ ଡ୍ରାଇଭର ମହାସଂଘ ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ । ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି’’ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଚତୁର୍ଥ ଦିନରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ପ୍ରଭାବିତ ହେଉଛି ଜନଜୀବନ। ଯାତ୍ରୀ ପରିବହନ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପଟେ ପେଟ୍ରୋଲ ପମ୍ପ ଗୁଡ଼ିକରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପନି ପରିବା ବଜାରକୁ ମଧ୍ୟ ଆଂଶିକ ଭାବରେ ପ୍ରଭାବିତ କଲାଣି ଏହି ଆନ୍ଦୋଳନ। ଅନ୍ୟପଟେ ଗତକାଲି ଯୋଗାଣ ମନ୍ତ୍ରୀ ଓ ପେଟ୍ରୋଲ ଡିଜେଲ ଡିଲର ସଂଘ ମଧ୍ୟରେ ତୈଳ ସଂକଟକୁ ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ଯେତିକି ଇନ୍ଧନ ଅଛି, ସେଥିରେ ଦୁଇ ଦିନ ପର୍ୟ୍ୟନ୍ତ କାମ ଚାଲିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଆନ୍ଦୋଳନରେ ରାଜନୀତି : ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏକ୍ସ ପୋଷ୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











