କରଞ୍ଜିଆ : ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ମାହାର୍ଦ୍ଦପଳସା ଗାଁ ଢିପାସାରି ଆଦିବାସୀ ମହିଳା ଆଣିଲେ ଅଭିଯୋଗ । ଯଶିପୁର ଅବକାରୀ ଥାନା ଅଧିକାରିଣୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ପୂର୍ବରୁ ଜବତ ମଦ ସହ ଫଟୋ ଉଠାଇ ମିଥ୍ୟା କେସ କରିଥିବା ଅଭିଯୋଗ । ମହିଳାଙ୍କ ଅଭିଯୋଗ ଆଧାରରେ ଯଶିପୁର ପୋଲିସର ତଦନ୍ତ ଆରମ୍ଭ । ଗତ ୨୩ ତାରିଖରେ ପୀଡିତା ମହିଳା ଜାମିନରେ ଆସିବା ପରେ ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁଙ୍କ ବିରୋଧରେ ଯଶିପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଅବକାରୀ ଥାନା ଅଧିକାରିଣୀ ମୁହଁ ଖୋଲି ନଥିବା ବେଳେ ମହିଳାଙ୍କ ଅଭିଯୋଗ ଆଧାରରେ ଯଶିପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
Views: 58











