ବ୍ୟୁରୋ : ଶରୀରକୁ ସୁସ୍ଥ ରଖିବାକୁ ସମସ୍ତେ ଚାହାନ୍ତି । କିନ୍ତୁ ଦୈନନ୍ଦିନ ଜୀବନର ବ୍ୟବସ୍ଥା ଏବଂ କର୍ମମୟ ଜୀବନ ଭିତରେ ଆମର ଆଣଣ୍ଠୁ ଯନ୍ତ୍ରଣା , ଓଜନ ବୃଦ୍ଧି ପାଚନ ସମସ୍ୟା ଆଦି ଦେଖାଦିଏ । କିନ୍ତୁ ଏସବୁକୁ ଅଣଦେଖା କରୁ ।କାରଣ ଆମ ପାଖରେ ସେତେକି ସମୟର ଅଭାବ ଥାଏ ଯେ ଆମେ ଡାକ୍ତରଙ୍କ ପରାମର୍ଶ ନେଇପାରେ ନାହିଁ । ତେଣୁ ଏଥି ପାଇଁ ଚିନ୍ତା କରନ୍ତୁ ନାହିଁ । ଘରୋଇ ଉପାୟରେ ମଧ୍ୟ ସେବୁରୁ ଆମକୁ ମୁକ୍ତି ମିଳିବ । ଏଥିପାଇଁ ଆମକୁ ବେଶୀ କଷ୍ଟ ବି କରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା । ଅଦାଠାରୁ ସୁଣ୍ଠିର ଲାଭ ସମୂର୍ଣ୍ଣ ଭିନ୍ନ ହୋଇଥାଏ । ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଭିଟାମିନ୍ ସି, ଭିଟାମିନ୍ ଏ, ଫାଇବର, ଫୋଲିକ୍ ଏସିଡ୍ ଭଳି ଅନେକ ଲାଭକାରୀ ପୋଷକ ତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିଶେଷ କରି ସୁଣ୍ଠି ଶୀତଦିନ ପାଇଁ ବେଶୀ ଫଳପ୍ରଦ ହୋଇଥାଏ । ଆୟୁର୍ବେଦିକ ଡ଼ାକ୍ତରଙ୍କ ଅନୁସାରେ ସୁଣ୍ଠି ପାଣି ସୁସ୍ଥ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ସୁଣ୍ଠି ଖୁବ୍ ଲାଭଦାୟକ ହୋଇଥାଏ । ସୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ । ଏହାବ୍ୟତୀତ ଉଷୁମ ପାଣିରେ ମହୁ ଏବଂ ସୁଣ୍ଠି ମିଶାଇ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ ।
ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସୁଣ୍ଠି ପାଣି ହେଉଛି ଏହାର ସହଜ ଉପାୟ । ଯାହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଯାହା ଶରୀରରେ ଥିବା ମେଟାବୋଲେଜିୟମ୍ ଏବଂ ଅତ୍ୟଧିକ ଚର୍ବି କମାଇବାରେ ସହାୟକ କରିଥାଏ ।
ବର୍ଷାଦିନେ ସାଧାରଣତଃ ପାଚନ ପ୍ରକ୍ରିୟାରେ ସାମାନ୍ୟ ସମସ୍ୟା ଦେଖାଦେଇଥାଏ । ପାଚନ ସମସ୍ୟା ପାଇଁ ସୁଣ୍ଠି ପାଣି ବେଷ୍ଟ ବୋଲି କୁହାଯାଇଥାଏ । ଯାହା ପିଇବା ଦ୍ବାରା ବଦହଜମୀ ସମସ୍ୟାରୁ ମୁକ୍ତି ମିଳିଥାଏ । ଇରେଟେବଲ ବାଓଏଲ ସିଣ୍ଡ୍ରୋମରେ ପୀଡିତ ଥିବା ବ୍ୟକ୍ତି ଖାଦ୍ୟ ଖାଇବା ପରେ ସୁଣ୍ଠି ସହିତ ଘିଅ ମିଶାଇ ଖାଇବା ଦ୍ବାରା ଆରାମ ମିଳିଥାଏ ।
ଆଣ୍ଠୁ ଗଣ୍ଠି ପାଇଁ ଲାଭ ଦାୟକ ସୁଣ୍ଠି ପାଣି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











