ବ୍ୟୁରୋ : ଶରୀରକୁ ସୁସ୍ଥ ରଖିବାକୁ ସମସ୍ତେ ଚାହାନ୍ତି । କିନ୍ତୁ ଦୈନନ୍ଦିନ ଜୀବନର ବ୍ୟବସ୍ଥା ଏବଂ କର୍ମମୟ ଜୀବନ ଭିତରେ ଆମର ଆଣଣ୍ଠୁ ଯନ୍ତ୍ରଣା , ଓଜନ ବୃଦ୍ଧି ପାଚନ ସମସ୍ୟା ଆଦି ଦେଖାଦିଏ । କିନ୍ତୁ ଏସବୁକୁ ଅଣଦେଖା କରୁ ।କାରଣ ଆମ ପାଖରେ ସେତେକି ସମୟର ଅଭାବ ଥାଏ ଯେ ଆମେ ଡାକ୍ତରଙ୍କ ପରାମର୍ଶ ନେଇପାରେ ନାହିଁ । ତେଣୁ ଏଥି ପାଇଁ ଚିନ୍ତା କରନ୍ତୁ ନାହିଁ । ଘରୋଇ ଉପାୟରେ ମଧ୍ୟ ସେବୁରୁ ଆମକୁ ମୁକ୍ତି ମିଳିବ । ଏଥିପାଇଁ ଆମକୁ ବେଶୀ କଷ୍ଟ ବି କରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା । ଅଦାଠାରୁ ସୁଣ୍ଠିର ଲାଭ ସମୂର୍ଣ୍ଣ ଭିନ୍ନ ହୋଇଥାଏ । ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଭିଟାମିନ୍ ସି, ଭିଟାମିନ୍ ଏ, ଫାଇବର, ଫୋଲିକ୍ ଏସିଡ୍ ଭଳି ଅନେକ ଲାଭକାରୀ ପୋଷକ ତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିଶେଷ କରି ସୁଣ୍ଠି ଶୀତଦିନ ପାଇଁ ବେଶୀ ଫଳପ୍ରଦ ହୋଇଥାଏ । ଆୟୁର୍ବେଦିକ ଡ଼ାକ୍ତରଙ୍କ ଅନୁସାରେ ସୁଣ୍ଠି ପାଣି ସୁସ୍ଥ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ସୁଣ୍ଠି ଖୁବ୍ ଲାଭଦାୟକ ହୋଇଥାଏ । ସୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ । ଏହାବ୍ୟତୀତ ଉଷୁମ ପାଣିରେ ମହୁ ଏବଂ ସୁଣ୍ଠି ମିଶାଇ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ ।
ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସୁଣ୍ଠି ପାଣି ହେଉଛି ଏହାର ସହଜ ଉପାୟ । ଯାହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଯାହା ଶରୀରରେ ଥିବା ମେଟାବୋଲେଜିୟମ୍ ଏବଂ ଅତ୍ୟଧିକ ଚର୍ବି କମାଇବାରେ ସହାୟକ କରିଥାଏ ।
ବର୍ଷାଦିନେ ସାଧାରଣତଃ ପାଚନ ପ୍ରକ୍ରିୟାରେ ସାମାନ୍ୟ ସମସ୍ୟା ଦେଖାଦେଇଥାଏ । ପାଚନ ସମସ୍ୟା ପାଇଁ ସୁଣ୍ଠି ପାଣି ବେଷ୍ଟ ବୋଲି କୁହାଯାଇଥାଏ । ଯାହା ପିଇବା ଦ୍ବାରା ବଦହଜମୀ ସମସ୍ୟାରୁ ମୁକ୍ତି ମିଳିଥାଏ । ଇରେଟେବଲ ବାଓଏଲ ସିଣ୍ଡ୍ରୋମରେ ପୀଡିତ ଥିବା ବ୍ୟକ୍ତି ଖାଦ୍ୟ ଖାଇବା ପରେ ସୁଣ୍ଠି ସହିତ ଘିଅ ମିଶାଇ ଖାଇବା ଦ୍ବାରା ଆରାମ ମିଳିଥାଏ ।
ଆଣ୍ଠୁ ଗଣ୍ଠି ପାଇଁ ଲାଭ ଦାୟକ ସୁଣ୍ଠି ପାଣି

Facebook
Twitter
LinkedIn
Facebook
Twitter
LinkedIn
Recent News
ହର୍ଷ ପର୍ବତରୁ ୨୫୦ ଫୁଟ ତଳକୁ ଖସିଲା କାର
ରାଜସ୍ଥାନ : ରାଜସ୍ଥାନ ସିକଲ ଜିଲ୍ଲା ହର୍ଷ ପର୍ବତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୱାଚ ଟାୱର ନିକଟରେ ଏକ କାର୍ ୨୫୦ ଫୁଟ ତଳକୁ ଖସିବା...
ଓଟିଇଟି କେଳେଙ୍କାରୀ ; ଆଉ ୨ ରିମାଣ୍ଡରେ ଯିବେ
ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ରିମାଣ୍ଡରେ ଯିବେ ଆଉ ୨ ଅଭିଯୁକ୍ତ । ଆଉ ୨ ଅଭିଯୁକ୍ତଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ...
୭ ବଗିକୁ ଛାଡି ପଳାଇଲା ଇଞ୍ଜିନ
ସୋର : ୭ ବଗିକୁ ଛାଡି ପଳାଇଲା କୋଇଲା ବୋଝେଇ ଟ୍ରେନର ଇଞ୍ଜିନ । ମାର୍କୋଣା ଷ୍ଟେସନ ନିକଟରେ ୭ ବଗିକୁ ଛାଡି ପଳାଇଲା ଇଞ୍ଜିନ ।...
ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ବେଳେ ପୋଲିସ ହଟହଟା
କଣ୍ଟାବାଞ୍ଜି : ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ ମୁହାଁମୁହିଁ । ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି । ୫ ଦିନ ତଳେ...