The Ultimate Managed Hosting Platform
ADVERTISEMENT

ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀଙ୍କ ହାତରେ ଏବେ ଦୁଧିଆଳୀ ଗାଈ

Facebook
Twitter
LinkedIn

ଦାନଗଦୀ : ସରକାରୀ ବାବୁ ମାନେ ଟଙ୍କା ମାୟାରେ ବାୟା ହେଲେଣି । ଦୁଧିଆଳୀ ଗାଈ ମିଳିଲେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ କାଗଜକଲମରେ ସି. ଟି. ଓ ଦେଇ ଦେଉଛନ୍ତି ବୋଲି ଲୋକ ମାନେ ଅଭିଯୋଗ କରୁଛନ୍ତି । ଏପରି ଏକ ଖବର ଏବେ କଳିଙ୍ଗନଗର ସାରା ଚର୍ଚ୍ଚା ଚାଲିଛି । ସୁକିନ୍ଦା ରୋଡ ରେଳ ସାଇଡିରେ ବ୍ୟାପକ ବାୟୁ ଓ ଜଳ ପ୍ରଦୂଷଣ ଘଟଣା ଦୀର୍ଘ ଦିନ ହେବ ବାରମ୍ବାର ଅଭିଯୋଗ ହେଉଛି । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ପର୍ଯ୍ୟନ୍ତ ୨୦୨୦ ମସିହା ସେପ୍ଟେମ୍ବର ୯ ରେ ଶୁଣାଣି ହୋଇଥିଲା । ମାତ୍ରାଧିକ ପ୍ରଦୂଷଣର ସତ୍ୟତାକୁ ଅନୁଭବ କରି ଏନ. ଜି. ଟି. ପାଞ୍ଚଟି ସର୍ତ୍ତ ଶୀଘ୍ର ପାଳନ କରି ସାଇଡିଙ୍ଗ ଚଳାଇବା ପାଇଁ କହିଥିଲେ । ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ଅଧିକାରୀ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ । ଶୁଣାଣୀକୁ ପାଞ୍ଚ ବର୍ଷ ହେଲା । ତାଙ୍କର ପାଞ୍ଚଟି ସର୍ତ୍ତ ଥିଲା ଏକରେ ରେଳ ସାଇଡଙ୍ଗରେ ବଡ଼ ପାଚେରୀ ୱାଇଣ୍ଡ ସ୍କିନ ୱାଲ ନିର୍ମାଣ, ଯାହା ଏ ପର୍ଯ୍ୟନ୍ତ ହୋଇ ନାହିଁ । ଦ୍ୱିତୀୟରେ ଗୁଣ୍ଡ ମାଲ ପରିବହନ ଓ ଖାଲସ ପାଇଁ ସାଇଡଙ୍ଗରେ ଛାତ ନିର୍ମାଣ ତାହା ମଧ୍ୟ ଏ ପର୍ଯ୍ୟନ୍ତ ହୋଇନାହିଁ । ତୃତୀୟରେ ସାଇଡଙ୍ଗ ଭିତର ବାହାର ପର୍ଯ୍ୟାପ୍ତ ସବୁଜିମା ସୃଷ୍ଟି, ତାହା ମଧ୍ୟ ହୋଇନାହିଁ । ଚତୃର୍ଥରେ ସ୍ୱତନ୍ତ୍ର ବଡ଼ ଡ୍ରେନ ନିର୍ମାଣ, ତାହା ଠିକ ସେ ହୋଇନାହିଁ । ପଞ୍ଚମରେ ଆମ୍ବିଏଣ୍ଟ ଏୟାର କୁଆଲିଟି ମନିଟରିଂଙ୍ଗ ତାହା ମଧ୍ୟ୍ୟ ଠିକ ଭାବ ରେ ହୋଇ ନାହିଁ ।

ଏ ସବୁର ଦୁଇ ମାସ ମଧ୍ୟରେ ପାଳନ ହେବା କଥା । କିନ୍ତୁ ଆଜିକୁ ଦୁଇ ବର୍ଷ ଚାଲିଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀକି ରିପୋର୍ଟ ଦେଲେ । ରାଜ୍ୟ ପ୍ରଦୂଷଣ ଅଧିକାରୀ କି ରିପୋର୍ଟ ଦେଉଛନ୍ତି, ଖୁଲୁମ ଖୁଲା ଆଇନକୁ ଭାଙ୍ଗି ପ୍ରଦୂଷଣ ଚାଲିଛି । ବାର୍ଷିକ ଏ ରେଳ ସାଇଡଙ୍ଗ ୧୮୫୪୭ ମେଟ୍ରିକ ଟନ ଖଣିଜ ପଦାର୍ଥ ସେତେବେଳେ ଖାଲି ହେଉଥିବା ବେଳେ ଏବେ ଆହୁରି କିଛି କମ୍ପାନୀ ଯଥା jsw ସିମେଣ୍ଟ, ଇମାମୀ ସିମେଣ୍ଟର କ୍ଲିଙ୍କର ଗୁଣ୍ଡ ଖାଲି ହୋଇ ବାୟୁ ପ୍ରଦୂଷଣର ମାତ୍ରା ବଢିଛି, ଏ ବର୍ଷ ପ୍ରଦୂଷଣ ହେଉଛି ବୋଲି ଆଞ୍ଚଳିକ ଅଧିକାରୀ ନୋଟିସ କରିଥିଲେ,ବାରମ୍ବାର ମହିଳା ମାନେ ମଧ୍ୟ ଅଭିଯୋଗ ପ୍ରଶାସନକୁ କରିଛନ୍ତି । ଏହି ରେଳ ସାଇଡିଙ୍ଗ ନିକଟକୁ ଲାଗି ସୁଆଁଲ, ଗୁଳାସାହି, ବେହେରା ସାହି, ମୁଣ୍ଡା ସାହି, ନୀଳପଦା ସାହି, ଜିରୋ ମିଟର ରେ ଜନ ବସତି, ଅଙ୍ଗନ ବାଡ଼ି କେନ୍ଦ୍ର, କୂଅ, ଦୀର୍ଘ ପାଞ୍ଚ ବର୍ଷ ରେ ଶତାଧିକ ଲୋକ ଯକ୍ଷମା, କିଡ୍ନୀ ଆଦି ବାୟୁ ବାହିତ ରୋଗ ରେ ଭେଣ୍ଡିଆ ଯୁବକ ମାନେ ମଲେଣି । ଯୁବତୀ ମାନେ ବିଧବା, ଗୁଳା ସାହି ପୁରୁଷ ଶୂନ୍ୟ ହେଲାଣି, ଅନାଥ ପିଲାମାନେ ଧୂଳି ଧୂଆଁ ରେ ଅଣ ନିଶ୍ୱାସୀ ହେଲେଣି । ଖାଲି କାଗଜ ପତ୍ରରେ ଚାଲିଛି ପ୍ରଦୂଷଣ ନିୟନ୍ତ୍ରଣ ।

ବାରମ୍ବାର ମହିଳା ମାନେ ଲିଖିତ ଅଭିଯୋଗ କରୁଛନ୍ତି, ବିଦ୍ୟାଳୟ ଅଙ୍ଗନ ବାଡ଼ି ପାଖରେ ଏସବୁ ବେଇଆନ କାର୍ୟ୍ୟ କାହା ସ୍ୱାର୍ଥ ରେ ଚାଲୁଛି ତାହା ପ୍ରଶ୍ନ ଉଠେ । ସତରେ ଆଇନ ହୋଇଛି କଣ ଭାଙ୍ଗିବା ପାଇଁ? ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତାବଳୀର ଖୋଲା ଉଲ୍ଲଘନ ହେଉଛି । ଅଧିକାରୀ ମାନେ କାହା ସ୍ୱାର୍ଥ ରେ ବା ଚାପ ରେ ବଞ୍ଚି ଥାଉଁ ଥାଉଁ କୋଇଲା ଓ ଧୂଳି ଗୁଣ୍ଡ ରେ ଲୋକଙ୍କୁ ସମାଧି ଦେଉଛନ୍ତି । ଆଇନ କଣ ତା ବାଟ ଯିବ ନାହିଁ । ଜିରୋ ମିଟର ପାଖରେ ଅଙ୍ଗନବାଡି କେନ୍ଦ୍ର କୋଡିଏ ମିଟର ଦୂରରେ ବିଦ୍ୟାଳୟ ଓ ଜଣ ବସତି ସବୁ କୁ ଜାଣି ପ୍ରଦୂଷଣ ବିଭାଗ ଆଖି ବୁଜି ବାର କାରଣ କଣ । ରେଳ ବିଭାଗ କୋଟି କୋଟି ଟଙ୍କା ଆୟ କରି ପୁରସ୍କାର ପାଉଛି ସୁକିନ୍ଦାସାଇଡ଼ ଙ୍ଗ ପାଇଁ, ଲୋକଙ୍କ ପାଇଁ କରୁଛି କଣ ? ଏଠାରେ ମୁଦ୍ରା ରାକ୍ଷ୍ୟସ ଙ୍କ କବଳ ରେ କବଳିତ ସାଧାରଣ ଜନତା, ଦେଖାଯାଉ ବାସ୍ତବ ରେ ସତ କଣ ମିଛ କଣ ସମସ୍ତେ ଜାଣିବା ଦରକାର । ଏନ. ଜି. ଟି., ପ୍ରଦୂଷଣ ବିଭାଗ କାହା ଚାପ ରେ ବନ୍ଧା? କାହିଁକି କାର୍ୟ୍ୟନୁଷ୍ଠାନ ନେଉନାହାନ୍ତି ? କେତେ ଦିନ ବଞ୍ଚି ଥାଉଁ ଥାଉଁ ଧୂଳି କୋଇଲା ଗୁଣ୍ଡ ରେ ଲୋକ ମାନଙ୍କୁ ସମାଧି ଦେଉଥିବେ ସରକାର ତାହା ଦେଖିବାକୁ ବାକି ରହିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login